ରାଜ୍ୟରେ କରୋନା ପରିଚାଳନା ଠିକ୍ ନାହିଁ : ପ୍ରଦୀପ ମାଝୀ

ରାଜ୍ୟରେ କରୋନା ପରିଚାଳନା ଠିକ୍ ନାହିଁ : ପ୍ରଦୀପ ମାଝୀ

ରାଜ୍ୟରେ କରୋନା ପରିଚାଳନା ଠିକ୍ ନାହିଁ : ପ୍ରଦୀପ ମାଝୀ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ କରୋନା ମୁକାବିଲା ସଠିକ ଢଙ୍ଗରେ କରାଯାଉଥିବା ସରକାର କହୁଥିବା ବିରୋଧୀ କିନ୍ତୁ ଏହାକୁ ମାନିବାକୁ ଅମଙ୍ଗ । ଏହାରି ଭିତରେ କରୋନା ପରିଚାଳନା ଠିକ ନଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି । ସେ କହିଛନ୍ତି ଯେ, ସଂକ୍ରମଣ ପିକରେ ଥିବାବେଳେ ସରକାର ଗାଁ ପାଇଁ ଏସଓପି କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଷ୍ଟିଂକୁ ଗୁରୁତ୍ୱ ଓ ପ୍ରତି ଜୀବନ ମୂଲ୍ୟବାନ ବୋଲି କହିଥିଲେ । ତେବେ କାହିଁକି ବେଡ ନପାଇ ନବବଧୂ ସ୍ୱର୍ଣ୍ଣଲତାଙ୍କ ମୃତୁ୍ୟ ଘଟିଲା ବୋଲି ଶ୍ରୀ ମାଝୀ କହିଛନ୍ତି । ଭୁବନେଶ୍ୱରରେ ଯଦି ଏ ଅବସ୍ଥା, ତାହେଲେ ରାଜ୍ୟର ସ୍ଥିତି କ’ଣ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ତେବେ ଆମେ ଚେତାବନୀ ଦେଉଛୁ, ଏ ଘଟଣାର ଯେମିତି ପୁନରାବୃତ୍ତି ନହେଉ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ।