ରାଜ୍ୟରେ ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୭୫୭ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୩୭, ଝାରସୁଗୁଡ଼ାରେ ୨୨, ଅନୁଗୁଳରେ ୧୮, ସମ୍ବଲପୁରରେ ୧୬, ପୁରୀରେ ୧୫, କଟକରେ ୧୪, ଖୋର୍ଦ୍ଧାରେ ୧୨, ବାଲେଶ୍ୱରରେ ୯, ଯାଜପୁରରେ ୯, ନୂଆପଡ଼ାରେ ୯, ବରଗଡ଼ରେ ୮, ବଲାଙ୍ଗୀରରେ ୮, ନୟାଗଡ଼ରେ ୮, ମୟୂରଭଞ୍ଜରେ ୫, ବୌଦ୍ଧରେ ୩, କେନ୍ଦୁଝରରେ ୩, ଭଦ୍ରକରେ ୨, ଢେଙ୍କାନାଳରେ ୨, ଗଜପତିରେ ୨, ଗଞ୍ଜାମରେ ୨, କେନ୍ଦ୍ରାପଡ଼ାରେ ୨, ଜଗତସିଂହପୁରରେ ୧, କଳାହାଣ୍ଡିରେ ୧, କୋରାପୁଟରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।