ରାଜ୍ୟରେ ଆଉ ୩୩୨୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୩୩୨୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୩୩୨୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୪୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୩୮୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩ ରେ ପହଞ୍ଚିଛି । ଏହାଛଡ଼ା ଆକ୍ଟିଭ କେସ ୩୩ ହଜାର ୫୫୯ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ ରେ ପହଞ୍ଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୯, ବାଲେଶ୍ୱରରେ ୧୨୨, ବରଗଡ଼ରେ ୯୪, ଭଦ୍ରକରେ ୩୬, ବଲାଙ୍ଗୀରରେ ୧୦୩, ବୌଦ୍ଧରେ ୫୪, କଟକରେ ୨୬୮, ଦେବଗଡ଼ରେ ୨୧, ଢେଙ୍କାନାଳରେ ୮୫, ଗଜପତିରେ ୨୨, ଗଞ୍ଜାମରେ ୫୭, ଜଗତସିଂହପୁରରେ ୮୦, ଯାଜପୁରରେ ୧୪୮୯, ଝାରସୁଗୁଡ଼ାରେ ୧୦୭, କଳାହାଣ୍ଡିରେ ୭୭, କନ୍ଧମାଳରେ ୬୦, କେନ୍ଦ୍ରାପଡ଼ାରେ ୧୦୩, କେନ୍ଦୁଝରରେ ୧୦୧, ଖୋର୍ଦ୍ଧାରେ ୬୩୮, କୋରାପୁଟରେ ୪୫, ମାଲକାନାଗିରିରେ ୧୯, ମୟୂରଭଞ୍ଜରେ ୧୩୧, ନବରଙ୍ଗପୁରରେ ୬୧, ନୟାଗଡ଼ରେ ୬୧, ନୂଆପଡ଼ାରେ ୧୪୭, ପୁରୀରେ ୧୪୦, ରାୟଗଡ଼ାରେ ୫୩, ସମ୍ବଲପୁରରେ ୧୦୭, ସୋନପୁରରେ ୨୫ ଓ ସୁନ୍ଦରଗଡ଼ରେ ୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି ।