ରାଜ୍ୟରେ ଆଉ ନାହିଁ ଡେଲଟାର ଉପସ୍ଥିତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ଆଉ ନାହିଁ ଡେଲଟାର ଉପସ୍ଥିତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଘାରିଲାଣି ମହାମାରୀ ଚିନ୍ତା। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସମଗ୍ର ଦେଶରେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି।
ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ମେଡିକାଲ ଯାଉଥିଲେ । ଏବେ ୩୩୬୦ ଆକ୍ଟିଭ କେସରୁ ୨୮ ଜଣ ହସ୍ପିଟାଲରେ ରହିଛନ୍ତି । ଅଧିକାଂଶ ଲୋକ ବିନା ଲକ୍ଷଣଯୁକ୍ତ ରହୁଥିବା ବେଳେ ଗୁରୁତର ହେଉନାହାନ୍ତି । ଗତ ୪ ମାସ ହେବ ରାଜ୍ୟରେ ଆଉ ଡେଲଟାର ଉପସ୍ଥିତି ନାହିଁ । ମାତ୍ର ଲକ୍ଷଣ ଥିଲେ ପରୀକ୍ଷା କରି ଆଇସୋଲେଟ ହୋଇ ରୁହନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।