ଆଜି ବିଶ୍ୱ ଜନସଂଖ୍ୟା ଦିବସ

ଆଜି ବିଶ୍ୱ ଜନସଂଖ୍ୟା ଦିବସ

ଆଜି ବିଶ୍ୱ ଜନସଂଖ୍ୟା ଦିବସ

କ୍ରମବର୍ଧିଷ୍ଣୁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ତଥା ପରିବାର ନିୟୋଜନର ମହତ୍ତ୍ୱ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଇଥାଏ । ୧୯୮୭ ମସିହା ଆଜିର ଦିନରେ ବିଶ୍ୱର ଜନସଂଖ୍ୟା ପ୍ରାୟ ୫ ବିଲିଅନ ହୋଇଯାଇଥିଲା । ଏପରିସ୍ଥିତିରେ ଜାତିସଂଘ ପକ୍ଷରୁ ବର୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।

ପରେ ୧୯୮୯ ମସିହା ଜୁଲାଇ ୧୧ ତାରିଖରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଲୋକଙ୍କୁ ସଚେତନ କରିବାକୁ ଜାତିସଂଘ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏଥିସହ ପ୍ରଥମଥର ଲାଗି ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଥିଲା । ଏହିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକଗୁଡ଼ିଏ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଜନସଂଖ୍ୟା ବୃଦ୍ଧିର ପ୍ରତିକୂଳ ପ୍ରଭାବ, ଏହାକୁ କିଭଳି ନିୟନ୍ତ୍ରଣ କରିହେବ ତା’ର ଉପାୟ ସଂପର୍କରେ ଚର୍ଚ୍ଚା କରାଯାଇଥାଏ । କିଛି ସ୍ଥାନରେ ଏନେଇ ସେମିନାର, ବିତର୍କ ଆୟୋଜିତ ହୋଇଥାଏ ।

ଲୋକଙ୍କୁ ସଚେତନ କରିବାକୁ ଛାତ୍ରଛାତ୍ରୀ ମାନେ ପଥପ୍ରାନ୍ତ ନାଟକ ବି ପରିବେଷଣ କରିଥାନ୍ତି । ପ୍ରତିବର୍ଷ ଏହି ଦିବସର ଭିନ୍ନ ଭିନ୍ନ ଥିମ୍ ରହିଥାଏ । ଚଳିତବର୍ଷର ଥିମ୍ ହେଉଛି- ‘ଆଠ ବିଲିଅନର ବିଶ୍ୱ: ସମସ୍ତଙ୍କ ଲାଗି ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅବସରର ସନ୍ଧାନ ଏବଂ ସମସ୍ତଙ୍କ ଲାଗି ଅଧିକାର ଓ ବିକଳ୍ପ ସୁନିଶ୍ଚିତ କରିବା ।’