ରାଜ୍ୟରେ ୨ କୋଭିଡ୍‌ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨ କୋଭିଡ୍‌ ସଂକ୍ରମିତ ଚିହ୍ନଟ

ରାଜ୍ୟରେ  ୨ କୋଭିଡ୍‌ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ ଜଣ କୋଭିଡ୍‌ ସଂକ୍ରମିତ । ଏ ପର୍ୟ୍ୟନ୍ତ ରାଜ୍ୟରେ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ସମସ୍ତେ ଓମିକ୍ରନ ସବ୍‌ ଭ୍ୟାରିଆଣ୍ଟ୍‌ ବିଏ.୨ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।


ରାଜ୍ୟରେ ଦୁଇଟି ଟିକା ନେବା ପରେ ଲୋକଙ୍କ ଭିତରେ ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ସଚେତନତା ବି ବଢ଼ିଛି । ରାଜ୍ୟରେ ପ୍ରତି ଜିଲ୍ଲା ହସପିଟାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରାଯାଇଛି । କୋଭିଡର ଆଉ ଏକ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହିଛି ବୋଲି ସେ କହିଛନ୍ତି ।