ରାଜ୍ୟର ୪ ବନ୍ଦର ଲାଗି ୧ ନମ୍ବର ବିପଦ ସଂକେତ

ରାଜ୍ୟର ୪ ବନ୍ଦର ଲାଗି ୧ ନମ୍ବର ବିପଦ ସଂକେତ

ରାଜ୍ୟର ୪ ବନ୍ଦର ଲାଗି ୧ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୧୦ରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୧୦ ତାରିଖରେ ପ୍ରବଳ ବର୍ଷା ହେବାନେଇ କହିଛି ବିଭାଗ । ଏଥିସହିତ ୧୧ ତାରିଖରେ ମଧ୍ୟ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ କୁହାଯାଇଛି । କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ ।  ଆସନ୍ତାକାଲିଠୁ ୧୧ ତାରିଖ  ଯାଏ ସମୁଦ୍ର ଅଶାନ୍ତ ରହିବ  । ତାହାଛଡ଼ା ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି । ଏଥିସହିତ ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।