ରାଜ୍ୟ ସରକାରଙ୍କୁ ୭୨ ଘଂଟା ମହଲତ ଦେଲା ବିଜେପି

ରାଜ୍ୟ ସରକାରଙ୍କୁ ୭୨ ଘଂଟା ମହଲତ ଦେଲା ବିଜେପି

ରାଜ୍ୟ ସରକାରଙ୍କୁ ୭୨ ଘଂଟା ମହଲତ ଦେଲା ବିଜେପି
ଭୁବନେଶ୍ୱର : ଦୁଇ ଧରି ବିଜେପି ଧାରଣ ଦେଇଥିଲା । ଆଜି ଧାରଣାକୁ ୭୨ ଘଂଟା ସ୍ଥଗିତ ରଖାଯାଇଛି । ଉତରାଂଚଳ ଆରଡିସିଙ୍କ ସହ ବିଜେପି ପ୍ରତିନିଧି ଦଳର ଆଲୋଚନା ପରେ ଧାରଣା ସ୍ଥଗିତ ରଖାଯାଇଛି । ଆଲୋଚନା ପରେ ବରଗଡ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସୁରେଶ ପୂଜାର କହିଛନ୍ତି ଯେ, ଧାନ ସଂଗ୍ରହ ସମସ୍ୟାକୁ ଆମେ ୨ ଭାଗରେ ବିଭକ୍ତ କରିଦେଇଛୁ । କିଛି ସମସ୍ୟା ଆରଡିସି ସମାଧାନ କରିପାରିବେ ଓ ଆଉ କିଛି ସରକାର ସମାଧାନ କରି ପାରିବେ । ଆରଡିସି ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ସ୍ତରରେ ଥିବା କାର୍ଯ୍ୟ ସେ ନିଜେ ସମାଧାନ କରିବେ । ରାଜ୍ୟ ସରକାରଙ୍କ ସ୍ତରରେ ଥିବା ସମସ୍ୟା ନେଇ ଆରଡିସି ଜଣାଇଛନ୍ତି । ଆରଡିସି ଜଣାଇଥିଲେ ବି ରାଜ୍ୟ ସରକାରଙ୍କ ଠାରୁ କିଛି ସୂଚନା ମିଳିନି । ସମସ୍ୟା ସମାଧାନ ପାଇଁ ଆମେ ସରକାରଙ୍କୁ ୭୨ ଘଂଟା ସମୟ ଦେଇଛୁ ବୋଲି ସୁରେଶ ପୂଜାରୀ କହିଛନ୍ତି ।