ରାଜ୍ୟ ବାହାରେ ପ୍ରାର୍ଥୀ ହେଲେ ଓଡିଆ ପୁଅ

ରାଜ୍ୟ ବାହାରେ ପ୍ରାର୍ଥୀ ହେଲେ ଓଡିଆ ପୁଅ

ରାଜ୍ୟ ବାହାରେ ପ୍ରାର୍ଥୀ ହେଲେ ଓଡିଆ ପୁଅ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଅନିଲ କୁମାର ରାପାର୍ତି । ବେଙ୍ଗାଲୁରୁ ସ୍ଥିତ ରାପାର୍ତି କନସଲଟାନସି ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦେଶକ । ଚଳିତ ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିରେ ସେ ପାଦ ଥାପିଛନ୍ତି । ବେଙ୍ଗାଲୁରୁ ସେଂଟ୍ରାଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଅନିଲଙ୍କ ପ୍ରାର୍ଥୀତ୍ୱ ସେଠାକାର ପ୍ରବାସୀ ଓଡିଆଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ଅନିଲଙ୍କ ନିଜ ଘର କୋରାପୁଟ ଜିଲ୍ଲା ଜୟପୁର ସହରରେ ହୋଇଥିଲେ ହେଁ ସେ ଗତ ଚାରି ବର୍ଷ ହେଲା ପତ୍ନୀଙ୍କ ସହିତ ବେଙ୍ଗାଲୁରୁରେ ରହୁଥିଲେ । ବେଙ୍ଗାଲୁରୁ ସେଂଟ୍ରାଲ ଆସନରୁ ଚଳିତ ଥର ଅନିଲ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । କୌଣସି ଦଳକୁ ସେ ପ୍ରତିନିଧିତ୍ୱ କରୁନାହାନ୍ତି । ବରଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରଇଛନ୍ତି । ଇତିମଧ୍ୟରେ ପ୍ରଚାର ଆରମ୍ଭ କରି ସାରିଲେଣି । ପତ୍ନୀ ଓ କିଛି ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି । ନିର୍ବାଚନ ପାଇଁ ତାଙ୍କୁ ଏନଭଲପ (ଲାଫାଫା) ଚିହ୍ନ ମିଳିଛି । ସିଧାସଳଖ ଲୋକଙ୍କୁ ଭୋଟି ଭୋଟ ମାଗିବା ସହ ସୋସିଆଲ ମିଡିଆର ସାହାର ବି ନେଉଛନ୍ତି । ଏନେଇ ଅନୀଲ କହିଛନ୍ତି ଯେ, ହାରିବା, ଜିତିବା କୌଣସି ଗୁରୁତ୍ୱ ତାଙ୍କ ପାଇଁ ରଖୁନାହିଁ । ଲୋକଙ୍କ ପାଇଁ କାମ କରିବାକୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ।