ରାଜନୀତିକୁ ବାଏ ବାଏ କଲେ ରଜନୀକାନ୍ତ, କାହିଁକି ରାଜନୀତି ଛାଡିଲେ ଜାଣନ୍ତୁ ପ୍ରକୃତ କାରଣ
ରାଜନୀତିକୁ ବାଏ ବାଏ କଲେ ରଜନୀକାନ୍ତ, କାହିଁକି ରାଜନୀତି ଛାଡିଲେ ଜାଣନ୍ତୁ ପ୍ରକୃତ କାରଣ
ନୂଆଦିଲ୍ଲୀ: ରାଜନୀତିକୁ ବାଏ ବାଏ କହିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଭବିଷ୍ୟତରେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସାଉଥ ସୁପରଷ୍ଟାର । ଏ ନେଇ ଆଗକୁ କିଛି ଯୋଜନା ନାହିଁ ବୋଲି ସଫା ସଫା କହିଛନ୍ତି ରଜନୀକାନ୍ତ । ସେ ତାଙ୍କ ନିଜ ଦଳ ରଜନୀ ମକ୍କଲ ମନ୍ଦ୍ରମକୁ ଭାଙ୍ଗି ଦେଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର (ଆରଏମଏମ)କୁ ଭାଙ୍ଗି ଦେଇଛନ୍ତି । ସେ ରାଜନୀତିରେ ପ୍ରବେଶ କରିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ଆଜି ତାହାର ଅନ୍ତ ଘଟିଛି ।
ଆରଏମଏମ ଭାଙ୍ଗିବାର ନିଷ୍ପତ୍ତି ଘୋଷଣା କରି ସୁପରଷ୍ଟାର କହିଛନ୍ତି ଯେ ପ୍ରଶଂସକଙ୍କ କଲ୍ୟାଣ ସଙ୍ଗଠନ ଭାବରେ ଆରଏମଏମକୁ ନବୀକରଣ କରାଯିବ। ବିଦ୍ୟମାନ ପରିସ୍ଥିତି ଯୋଗୁଁ ଆମେ ଯାହା ଆଶା କରିଥିଲୁ ତାହା ହୋଇ ପାରିଲା ନାହିଁ । ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାକୁ ମୋର କୌଣସି ଯୋଜନା ନାହିଁ ବୋଲି ରଜନୀକାନ୍ତ ଆରଏମଏମ କାର୍ୟ୍ୟକର୍ତ୍ତାଙ୍କ ସହ ସାକ୍ଷାତ ପରେ କହିଛନ୍ତି ।
ପୂର୍ବରୁ ଅଭିନେତା ଆରଏମଏମ ଜରିଆରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଗତ ଡିସେମ୍ବରରେ ଅଭିନେତା କହିଥିଲେ ଯେ, ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ରାଜନୀତିରେ ଯୋଗଦେବେ ନାହିଁ ।




admin 