ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଭୂପେଶ ବଘେଲ : ଇସ୍ତଫା ପଛର କାରଣ ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଭୂପେଶ ବଘେଲ : ଇସ୍ତଫା ପଛର କାରଣ ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଭୂପେଶ ବଘେଲ : ଇସ୍ତଫା ପଛର କାରଣ ଜାଣନ୍ତୁ

ରାୟପୁର: ମୁଖ୍ୟମନ୍ତ୍ରୀ ଭାବରେ ଭୂପେଶ ବଘେଲଙ୍କୁ ନିଯୁକ୍ତି କରିବା ବେଳେ କଂଗ୍ରେସ ଯେଉଁ ଅଢେ଼ଇ ବର୍ଷର ସର୍ତ୍ତ ରଖିଥିଲା ତାହା ଏବେ ପୂରଣ ହୋଇଯାଇଛି । ଅର୍ଥାତ ମୁଖ୍ୟମନ୍ତ୍ରୀ ପଦରେ ଥିବା ବଘେଲ ଏବେ ସେ ଇସ୍ତଫା ଦେବାର ସମୟ ଆସିଯାଇଛି । ତାଙ୍କ ସ୍ଥାନ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଦେଓ ନେଇପାରନ୍ତି ବୋଲି ରାଜେନ÷ତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏହାର ଭିତରେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ । ସେ କହିଛନ୍ତି ଯେ, ଯଦି ଦଳର କେନ୍ଦ୍ରୀୟ ନେତୃତ୍ୱ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତେବେ ସେ ପ୍ରସ୍ତୁତ ବୋଲି ମିଡିଆ ଆଗରେ କହିଛନ୍ତି । ଦିଲ୍ଲୀର ୧୦ ଜନପଥରେ ବୈଠକ ପରେ ଏଭଳି ବିବୃତ୍ତି ରଖିଛନ୍ତି । ଯାହାକି ତାଙ୍କ ପଦ ଯିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି । ବଘେଲ କହିଛନ୍ତି ଯେ, ସେ କେବଳ ମୁଖିଆଙ୍କ ନିଦେ୍ର୍ଧଶକ୍ରମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଯଦି ଉପରୁ ଅର୍ଡର ଆସିବ ଇସ୍ତଫା ଦେବାକୁ ତା ହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।