ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଉରକେଲା ଗସ୍ତ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ବିପିୟୁଟି ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି । ଆପଣମାନଙ୍କୁ ମୋର ଜୁହାର ବୋଲି କହି ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ଆରମ୍ଭ କରିଥିଲେ । ତେବେ ସେ ନିଜର ଉଦବୋଧନରେ କ’ଣ କ’ଣ କହିଛନ୍ତି ସେ ସମ୍ପର୍କରେ ଜାଣନ୍ତୁ । ସେ କହିଛନ୍ତି ଯେ, ରାଉରକେଲା ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସେ । ବିଜୁ ବାବୁ ରାଉରକେଲାରେ ବିକାଶର ମୂଳଦୁଆ ପକାଇଥିଲେ । ରାଉରକେଲା ହେଉଛି ଆଶାର ସହର । ୨୦୦୦ ପରେ ରାଉରକେଲାର ଦ୍ରୁତ ବିକାଶ ହେଉଛି । ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ । ଏଠାକାର ଖେଳାଳି ହକିରେ ଦେଶ ପାଇଁ ଗର୍ବ ଗୌରବ ଆଣିଛନ୍ତି । ଓଡ଼ିଶା ହେଉଛି ଇଣ୍ଡିଆ ହକି ଟିମର ପ୍ରୟୋଜକ । ବିଶ୍ୱ ହକି ପାଇଁ ଆମେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛୁ । ରାଉକେଲାରେ ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରାଯିବ । ସର୍ବ ବୃହତ ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେବ । ଆମ ମାଆମାନେ ସମାଜର ଆଦର୍ଶ । ଜନଜାତି ପିଲାଙ୍କ ପାଇଁ ୬୫୦୦ଟି ହଷ୍ଟେଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।