ରାଇନାଙ୍କ ସ୍ଥାନ ନେବେ ରାୟୁଡ଼ୁ!

ରାଇନାଙ୍କ ସ୍ଥାନ ନେବେ ରାୟୁଡ଼ୁ!

ରାଇନାଙ୍କ ସ୍ଥାନ ନେବେ ରାୟୁଡ଼ୁ!
ଦୁବାଇ: ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ଦଳରେ ସୁରେଶ ରାଇନାଙ୍କ ସ୍ଥାନ ନେବେ କିଏ? ଏହାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା ଚାଲିଥିବା ବେଳେ ନୁ୍ୟଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ ଷ୍ଟାଇରିସ ବିକଳ୍ପ କଥା କହିଛନ୍ତି । ଭାରତୀୟ ବ୍ୟାଟସମ୍ୟାନ ଅମ୍ବାଡି ରାୟୁଡୁ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ ବୋଲି ଷ୍ଟାଇରିସ ଆଶାବ୍ୟକ୍ତ କରିଛନ୍ତି । ରାୟୁଡୁ ଆଇପିଏଲ ୨୦୧୮ରେ ସିଏସକେ ପକ୍ଷରୁ ଖେଳି ୧୪୯.୭୫ ହାରରେ ୬୦୨ ରନ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଏକଦିବସୀୟ ଦଳରେ ସ୍ଥାନ ପାଇଥିଲେ । ସେ ୩ ନମ୍ବର ସ୍ଥାନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ୨ ବର୍ଷ ତଳେ ସିଏସକେ ପକ୍ଷରୁ ଓପନିଂ କରିଥିଲେ । ମୋର ବ୍ୟକ୍ତିଗତ ମତ ହେଉଛି ୩ ନମ୍ବର ସ୍ଥାନ ଲାଗି ରାୟୁଡୁ ଯୋଗ୍ୟ । ସେ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ । ଧୋନିଙ୍କ ନେତୃତ୍ୱରେ ଦଳ ସନ୍ତୁଳନ ରହିଛି । ରାଇନା ଓ ହରଭଜନ ସିଂହ ନ ରହିଲେ ମଧ୍ୟ ଏହା ଦଳ ଉପରେ ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଷ୍ଟାଇରିସ କହିଛନ୍ତି ।