ଆଇସୋଲୋସନ୍‌ ରୁମ୍‌ରେ ଦେଇ ହେବ ନିଟ୍‌

ଆଇସୋଲୋସନ୍‌ ରୁମ୍‌ରେ ଦେଇ ହେବ ନିଟ୍‌

ଆଇସୋଲୋସନ୍‌ ରୁମ୍‌ରେ ଦେଇ ହେବ ନିଟ୍‌
ଆଇସୋଲେସନ୍‌ ରୁମ୍‌ରେ ବସି ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଦେହରେ ଅଧିକ ତାପମାତ୍ରା ଥିଲେ ବି ଦେଇହେବ ନିଟ୍‌ ପରୀକ୍ଷା। ଆଇସୋଲେସନ୍‌ ରୁମ୍‌ରେ ନିରୀକ୍ଷକମାନେ ପିନ୍ଧିବେ ପିପିଇ କିଟ୍‌ । ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତି ରୁମ୍‌ରେ ୧୨ ଜଣଙ୍କ ବସିବା ବ୍ୟବସ୍ଥା ହୋଇଛି । ପରୀକ୍ଷା ବ୍ୟବସ୍ଥା ନେଇ ନିଟ୍‌ ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି । ଆସନ୍ତାକାଲି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ଭଳି ନିଟର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରବିବାର ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ । ଚଳିତ ବର୍ଷ ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୭ ହଜାର ୪୫୯ ପରୀକ୍ଷାର୍ଥୀ ନିଟ୍ ଦେବେ । ଭୁବନେଶ୍ବରର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।