ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ବିଜେଡିର ଟାଣୁଆ ନେତ୍ରୀ ପ୍ରମିଳା ମଲ୍ଲିକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି। ଆଜି ସନ୍ଧ୍ୟାରେ ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ବିଞ୍ଝାରପୁରରୁ ୬ ଥର ଜିଣିଥିବା ପ୍ରମିଳା ବହୁବାର ମନ୍ତ୍ରୀ ମଧ୍ୟ ରହିଛନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ତାଙ୍କର ବି ଢେ଼ର ଅଭିଜ୍ଞତା ରହିଛି। ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡ଼ି ଘୋଷଣା କରିଛି। ବିଜେଡ଼ିର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରମିଳା କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି ।
୧୯୯୦ ଦଶକରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରମିଳା ନିର୍ବାଚନୀ ରାଜନୀତିରେ ଢେ଼ର ସଫଳତା ହାସଲ କରିଛନ୍ତି। ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଖାଲି ରହିଥିଲା। ତେବେ ଆସନ୍ତା ୨୨ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେହିଦିନ ବାଚସ୍ପତି ନିର୍ବାଚନ ସହ ଶପଥ ଗ୍ରହଣ ମଧ୍ୟ ହେବ। ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ବେଶ ମଜବୁତ ଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ।




user2 