ରକ୍ଷକ ସାଜିଲା ଭକ୍ଷକ : ଗହଣା ଲୁଟ ପାଇଁ ଯବାନଙ୍କ ଉଦ୍ୟମ

ରକ୍ଷକ ସାଜିଲା ଭକ୍ଷକ : ଗହଣା ଲୁଟ ପାଇଁ ଯବାନଙ୍କ ଉଦ୍ୟମ

ରକ୍ଷକ ସାଜିଲା ଭକ୍ଷକ : ଗହଣା ଲୁଟ ପାଇଁ ଯବାନଙ୍କ ଉଦ୍ୟମ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଜଣେ ଆରଆରବିଏନ ଯବାନ ଘଟାଇଛନ୍ତି ଉନ୍ମତ୍ତ କାଣ୍ଡ । ବ୍ଲକ କଲୋନିରେ ଜଣକ ଘରେ ପଶି ଏକ ଛୁଆ ବେକରେ ଛୁରି ଲଗାଇ ସୁନା ଅଳଙ୍କାର ଲୁଟ ଉଦ୍ୟମ କରିଛନ୍ତି । ପ୍ରତିରୋଧ କରିବାକୁ ଯାଇ ତିନି ଜଣ ଛୁରାଘାତରେ ଆହତ ହୋଇଛନ୍ତି । ଆହତମାନେ ହେଲେ ଅଭିଜିତ ପ୍ରଧାନ ଓ ପଡେ଼ାଶୀ ବିଜୟଲକ୍ଷ୍ମୀ ପଣ୍ଡା ଓ ଛୋଟ ଝିଅ ଅଭିସ୍ନା ପ୍ରଧାନ । ଅଭିସ୍ନା ସାମାନ୍ୟ ଆହତ ଥିବା ବେଳେ ଅଭିଜିତ ଓ ବିଜୟଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ସ୍ଥାନୀୟ ଲୋକେ ସମ୍ପୃକ୍ତ ଯବାନ ମାନସ କୁମାର ମାଝୀଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ମାନସ କୁମାର ମାଝୀ ୩୪୯ ବାଟାଲିୟନର ୮ମ ଆରବିଏନରେ ସିପାହୀ ଭାବେ କାର୍ଯ୍ୟରତ ଥିବା ବେଳେ ବାଲିଗୁଡ଼ା ଜେଲ ଗାର୍ଡ ହିସାବରେ ନିୟୋଜିତ ହୋଇଛନ୍ତି । ହଠାତ ଯବାନ ଜଣକ ବ୍ଲକ କଲୋନିରେ ରହୁଥିବା ବାଲିଗୁଡ଼ା ବ୍ଲକର କର୍ମଚାରୀ ଅଭିଜିତ ପ୍ରଧାନଙ୍କ ଘରେ ପଶି ତାଙ୍କ ଛୋଟ ଝିଅ ବେକରେ ଛୁରି ଲଗାଇ ଘରର ସବୁ ସୁନା ଅଳଙ୍କା ଦେବାକୁ ଧମକାଇଥିଲେ । ଅଭିଜିତଙ୍କ ପରିବାର ଲୋକେ ଭୟରେ ଚିିକ୍ରାର କରିବାରୁ ପାଟି ଶୁଣି ସାହି ପଡୋଶୀମାନେ ଜମା ହୋଇଯାଇଥିଲେ । ତେବେ ହିତାହିତ ଜ୍ଞାନ ହରାଇଥିବା ଯବାନ ଜଣକ ପରିବାର ଲୋକଙ୍କୁ ଛୁରି ଆକ୍ରମଣ କରିଥିଲେ । ଫଳରେ ପାଖରେ ଥିବା ତିନି ଜଣ ଛୁରି ମାଡ଼ରେ ଗୁରୁତର ହୋଇଥିଲେ । ସାହିବାସିନ୍ଦା କୌଣସି ମତେ ଯବାନଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଅଭିଯୁକ୍ତ ଯବାନଙ୍କୁ ଗିରଫ କରିବା ସହ ଆହତଙ୍କୁ ଚିକିତ୍ସା ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।