ବିଏମସିର ପୂଜା ଗାଇଡଲାଇନ

ବିଏମସିର ପୂଜା ଗାଇଡଲାଇନ

ବିଏମସିର ପୂଜା ଗାଇଡଲାଇନ
ଭୁବନେଶ୍ୱର: ଅନଲକରେ ଜୀବନ ଜୀବିକାକୁ ଗୁରୁତ୍ୱ ଦିଆଯାଉଥିବାରୁ ଆମକୁ କେତେକ ନିଦେ୍ର୍ଧଶାବଳୀ ମାନି ଚଳିବାକୁ ହେବ । ଯାହା ଦ୍ୱାରା ଆମେ କରୋନା ସଂକ୍ରମଣକୁ ରୋକି ପାରିବା । ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି । ତାହାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ପୂଜାବିଧି କରନ୍ତୁ । ଆଉ କୌଣସି ଜାକଜମକ କରନ୍ତୁ ନାହିଁ । ପୂଜାରେ ସର୍ବସାଧାରଣଙ୍କ ଯୋଗଦାନକୁ ପ୍ରଶୟ ନ ଦେବା ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିବେଦନ କରାଯାଇଛି । ଏହି ଗାଇଡଲାଇନ ମାଧ୍ୟମରେ ବିଏମସି ପକ୍ଷରୁ କୁହାଯାଇଛି ଯେ ପୂଜା ପାଇବାକୁ ଥିବା ମୂର୍ତ୍ତିଙ୍କ ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖନ୍ତୁ । ପେଣ୍ଡାଲ ଚାରିପାଶ୍ୱର୍ ଘୋଡ଼ାନ୍ତୁ । କୌଣସି ପ୍ରକାର ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ରଖନ୍ତୁ ନାହିଁ । ଡାକବାଜି ଯନ୍ତ୍ରର ବ୍ୟବହାର କରନ୍ତୁ ନାହିଁ । ଏକ ସମୟରେ ମଣ୍ଡପରେ ପୂଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି ରୁଣ୍ଡ ହୁଅନ୍ତୁ ନାହିଁ । ପୂଜା କରୁଥିବା ଅନୁଷ୍ଠାନ ଗୀତ, ନାଚ, ସଙ୍ଗୀତ ଖେଳକୁଦ ସାମଗ୍ରୀ ଦୋକାନ ଖୋଲି କିମ୍ବା ଲଟେରି କାର୍ଯ୍ୟକ୍ରମ କରାଇ ଜନଗହଳି କରନ୍ତୁ ନାହିଁ । କୋଭିଡ-୨୯ ଓ ଆନୁସଙ୍ଗିକ ନିଦେ୍ର୍ଧଶାବଳୀ ମାନି ଚଳନ୍ତୁ । ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିନା ନିରାଡ଼ମ୍ବରରେ ମୂର୍ତ୍ତି ବିସର୍ଜନ କରନ୍ତୁ । ଏହି ସବୁ ନିୟମକୁ ଉଲ୍ଲଂଘନ କଲେ ଦଣ୍ଡ ସାଙ୍ଗକୁ ଜରିମାନା ଆଦାୟ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା କଡ଼ା ଚେତାବନୀ ଦିଆଯାଇଛି ।