ଯୁକ୍ତ ୨ ସ୍ପଟ୍ ନାମଲେଖା ଆଜି

ଯୁକ୍ତ ୨ ସ୍ପଟ୍ ନାମଲେଖା ଆଜି

ଯୁକ୍ତ ୨ ସ୍ପଟ୍ ନାମଲେଖା ଆଜି
ଭୁବନେଶ୍ୱର: ଯୁକ୍ତ ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ରେ ଖାଲି ଥିବା ସିଟ ଲାଗି ଆଜି ସ୍ପଟ ନାମ ଲେଖା ଅନୁଷ୍ଠିତ ହେବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ବଳକା ଥିବା ସିଟ୍ ପାଇଁ ଏହି ନାମଲେଖା କରାଯିବ । ଏଥିପାଇଁ ମେଧା ତାଲିକା (ମେରିଟ ଲିଷ୍ଟ) ପ୍ରକାଶ ପାଇସାରିଛି । ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଜି ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାମଲେଖା ହେବ । ଅକ୍ଟୋବର ୧୭ ସନ୍ଧ୍ୟା ୬ଟା ସୁଦ୍ଧା ଯୁକ୍ତ ୨ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବେ ।