ଯନ୍ତରମନ୍ତରଠାରେ ଗର୍ଜିଲେ ଚାଷୀ
ଯନ୍ତରମନ୍ତରଠାରେ ଗର୍ଜିଲେ ଚାଷୀ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆଜିଠାରୁ ଯନ୍ତରମନ୍ତରଠାରେ ଚାଷୀଙ୍କ ଆନେ୍ଦାଳନ ଆରମ୍ଭ ହେବ । ଦିଲ୍ଲୀ ପୁଲିସ ଏଥିପାଇଁ ଚାଷୀଙ୍କୁ ଅନୁମତି ପ୍ରଦାନ କରିଛି । ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆଜିଠାରୁ ଯନ୍ତରମନ୍ତରଠାରେ ଆନେ୍ଦାଳନ କରିବେ ଏବଂ କୌଣସି ଚାଷୀ ପାର୍ଲାମେଣ୍ଟ ସମ୍ମୁଖକୁ ଯିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜନ୍ତରମନ୍ତରଠାରେ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ପାର୍ଲାମେଣ୍ଟରେ ଏବେ ଚାଷୀ ଆନେ୍ଦାଳନର ତାତି ରହିଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳ ଗୁଡିକ କହିଛନ୍ତି ଯେ, ଯଦି ସରକାର ସେମାନଙ୍କ କଥା ନ ଶୁଣନ୍ତି, ତେବେ ସେମାନେ ମୌସୁମୀ ଅଧିବେଶନରେ ଜୋରଦାର ପ୍ର୍ତିବାଦ ଜାରି ରଖିବେ । କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ଦାବି କରି ଚାଷୀମାନେ ଆଠମାସ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନେ୍ଦାଳନ କରି ଆସୁଛନ୍ତି ।