ମୋଦିଙ୍କୁ ଭେଟିଲେ ଚନ୍ନି
ମୋଦିଙ୍କୁ ଭେଟିଲେ ଚନ୍ନି

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରର ଚରଣଜିତ ସିଂ ଚନ୍ନି ଶୁକ୍ରବାର ଦିଲ୍ଲୀ ଗସ୍ତ କରି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚନ୍ନି ପହଞ୍ଚିଥିଲେ । ଉଭୟ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଆଲୋଚନାବେଳେ ଚନ୍ନି କୃଷକଙ୍କ ଆନେ୍ଦାଳନ କଥା ଉଠାଇଥିବା କହିଛନ୍ତି । ଚନ୍ନି ଟ୍ୱିଟ୍ କରି ଜଣାଇଛନ୍ତି, କୃଷକଙ୍କ ଦାବିକୁ ବିଚାର କରି କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଶୀଘ୍ର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛି । ଏହାସହ କୋଭିଡ ପାଇଁ ବନ୍ଦ ହୋଇଯାଇଥିବା କରତାରପୁର କରିଡରକୁ ପୁଣି ଥରେ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ।