ମୋଦିଙ୍କ ପରି ମିଛ କହିବା ଅସମ୍ଭବ : ରାହୁଲ
ମୋଦିଙ୍କ ପରି ମିଛ କହିବା ଅସମ୍ଭବ : ରାହୁଲ
admin
Oct 28, 2020 - 11:53
Updated: Oct 28, 2020 - 11:53
ପାଟନା : ମୋଦିଙ୍କ ପରି ମିଛ କହିବା ଅସମ୍ଭବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ବିହାର ନିର୍ବାଚନ ପ୍ରଚାର ସମୟରେ ମୋଦିଙ୍କୁ ଆକ୍ରମଣ କରି ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି । ବାଲ୍ମିକୀ ନଗରରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଉଥିବା ସମୟରେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି । ବିମୁଦ୍ରାକରଣ ଏବଂ ଲକଡାଉନ କ୍ଷୁଦ୍ର ଚାଷୀ, ବ୍ୟବସାୟୀ ଏବଂ ଶ୍ରମିକ ମାନଙ୍କୁ ରସାତଳକୁ ନେବା ପାଇଁ ଲାଗୁ କରାଯାଇଥିଲା ବୋଲି ରାହୁଲ ମତ ପ୍ରକାଶ କରିଛନ୍ତି । ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଆଉ ପ୍ରଧାନମନ୍ତ୍ରୀ ଦେବେ ନାହିଁ ଯଦି ଦିଅନ୍ତି ତେବେ ଲୋକେ ତାଙ୍କୁ ଏଠାରୁ ଘଉଡାଇ ଦେବେ ବୋଲି ମଧ୍ୟ ରାହୁଲ କହିଛନ୍ତି । ଦେଶରେ ମନରେଗା ଠାରୁ ଆରମ୍ଭ କରି ଚାଷୀଙ୍କ ଋଣ ଛାଡ ପରି ଯୋଜନା କଂଗ୍ରେସ ଆରମ୍ଭ କରିଥିଲା । କଂଗ୍ରେସ ହିଁ ଚାଷୀ ମାନଙ୍କର ଏକମାତ୍ର ବନ୍ଧୁ ବୋଲି ରାହୁଲ କହିଥିଲେ । କଂଗ୍ରେସ ସରକାର ସର୍ବଦା ସୁପରିଚାଳନାରେ ନିଜକୁ ନ୍ୟସ୍ତ ରଖିଥାଏ ବର୍ତ୍ତମାନର ସରକାରଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରିବା କଂଗ୍ରେସକୁ ଆସେ ନାହିଁ ବୋଲି ରାହୁଲ କହିଛନ୍ତି । ମୋଦିଙ୍କ ମିଥ୍ୟା ଜନସାଧାରଣଙ୍କ ସାମ୍ନାକୁ ଆସି ସାରିଛି ତେଣୁ ଜନସାଧାରଣ ଆଉ ସମାନ ମିଥ୍ୟା କାହାଣୀରେ ଭ୍ରମିତ ହେବେ ନାହିଁ ବୋଲି ରାହୁଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଆଜିଠାରୁ ଆରମ୍ଭ ହୋଇଥିବା ନିର୍ବାଚନ ନଭେମ୍ବର ୭ରେ ଶେଷ ହେବ ଏବଂ ନଭେମ୍ବର ୧୦ରେ ଫଳାଫଳ ଘୋଷଣା କରାଯିବ ।