ଭାରତୀୟ ମାନେ ଆସିଲେ ଜମ୍ମୁ କାଶ୍ମୀରରେ ଦୁଷ୍କର୍ମ ବଢିବ : ପିଡିପି ନେତା

ଭାରତୀୟ ମାନେ ଆସିଲେ ଜମ୍ମୁ କାଶ୍ମୀରରେ ଦୁଷ୍କର୍ମ ବଢିବ : ପିଡିପି ନେତା

ଭାରତୀୟ ମାନେ ଆସିଲେ ଜମ୍ମୁ କାଶ୍ମୀରରେ ଦୁଷ୍କର୍ମ ବଢିବ : ପିଡିପି ନେତା
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଭୂମି ଆଇନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ବିବାଦୀୟ ବୟାନ ଦେଇଛନ୍ତି ପିଡିପି ନେତା ସୁରିନ୍ଦର ଚୌଧୁରୀ । ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ମାନେ ଆସିଲେ ଜମ୍ମୁ କାଶ୍ମୀରେ ଦୁଷ୍କର୍ମ ବୃଦ୍ଧି ପାଇବ ବୋଲି ଚୌଧୁରୀ କହିଛନ୍ତି । ନିକଟରେ ଫରିଦାବାଦରେ ଘଟିଥିବା ଲଭ ଜେହାଦର ଉଦାହରଣ ମଧ୍ୟ ଦେଇଛନ୍ତି ମୁଫତିଙ୍କ ଘନିଷ୍ଠ ସହଯୋଗୀ ସୁରିନ୍ଦର ଚୌଧୁରୀ । ଏହା ସହିତ ସେ କହିଛନ୍ତିଳ ଆସାମ ଏବଂ ମହାରାଷ୍ଟ୍ର ଭଳି ଅନ୍ୟ ଭାରତୀୟ ମାନେ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାରରେ ଭାଗ ବସାଇବେ ତେଣୁ ନୂତନ ଜମି ଅଧିଗ୍ରହଣ ଆଇନକୁ ପିଡିପି ପକ୍ଷରୁ ବିରୋଧ କରାଯାଉଛି । ବିଭାଜନ ପରେ ଜମ୍ମୁ ସମ୍ପୂର୍ଣ୍ଣ ଶାନ୍ତ ରହିଛି । ଏହି ଅଞ୍ଚଳଟି ଡୋଗ୍ରା ସମୁଦାୟର ସଂସ୍କୃତିରେ ସମୃଦ୍ଧ । ବିଭିନ୍ନ ପ୍ରାନ୍ତରୁ ମହଳା ମାନେ ପାଠ ପଢିବା ଏବଂ ଚାକିରି ଉଦେ୍ଧଶ୍ୟରେ ଏଠାକୁ ଆସୁଛନ୍ତି ତେଣୁ ଏହି ଅଧିଗ୍ରହଣ ଆଇନ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପକ୍ଷପାତିତା ବୋଲି ସେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଭାରତୀୟ ଜାତୀୟ ପତାକାକୁ ଗ୍ରହଣ ନକରିବା ଭଳି ବବାଦୀୟ ବୟାନ ଦେଇଥିଲେ ମୁଫତି ।