ମୋଦି ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ନ ଭଳନ୍ତୁ ଭୋଟର : ନିରଞ୍ଜନ

ମୋଦି ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ନ ଭଳନ୍ତୁ ଭୋଟର : ନିରଞ୍ଜନ

ମୋଦି ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ନ ଭଳନ୍ତୁ ଭୋଟର : ନିରଞ୍ଜନ
ଭୁବନେଶ୍ୱର : ଅସତ୍ୟ କଥା କହି ଏବଂ ପ୍ରତିଶ୍ରୁତି ଦେଇ ଅର୍ଥବଳ, ପ୍ରଶାସନକଳକୁ ନିୟୋଜିତ କରି ଭୋଟ ନେବାରେ ମୋଦି ମହାଶୟ ଓ ନବୀନ ବାବୁ ସିଦ୍ଧହସ୍ତ । କେତେ ପ୍ରକାର ପ୍ରତିଶ୍ରୁତି ଦେଇଛନ୍ତି ଓ ଅସତ୍ୟ କହିଛନ୍ତି ତା’ର ଲମ୍ବା ତାଲିକା ରହିଛି । ବର୍ତମାନ ମୁଁ କେବଳ ସଂକ୍ଷେପରେ ଏତିକି କହିବାକୁ •ହେଁ ଯେ ନବୀନ ବାବୁ ଭର୍ଚୁଆଲ ର୍ୟାଲି କରି କହିଲେ ଯେ ବାଲେଶ୍ୱର ଓ ତିର୍ତୋଲର ଦାୟିତ୍ୱ ନବୀନ ବାବୁ ନେଲେ । ତାହେଲେ କଣ ୨୧ବର୍ଷ ଧରି ଏହି ଦୁଇଟି ବିଧାନସଭାର ଦାୟିତ୍ୱ ତାଙ୍କର ନଥିଲା ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତାରେ ପ୍ରଶ୍ନ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ଯଦି ଏ ଦୁଇଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନବୀନ ବାବୁ ନେଲେ ତେବେ ଅନ୍ୟ ୧୪୫ଟିର ଦାୟିତ୍ୱ କାହାର? ଏପରି ଭାବରେ ସେ ବିଜେପୁରରେ ମଧ୍ୟ ପ୍ରଚାର କରିଥିଲେ । ସେଠାରେ କେତେ ପ୍ରତିଶ୍ରୁତି ରଖି ଦାୟିତ୍ୱ ନେଇଥିଲେ ସେକଥା ସେଠାକାର ଲୋକଙ୍କୁ ପଚାରିଲେ ସେମାନେ କହିବେ । ନିଜେ ସୁରକ୍ଷିତ ରହି ଶହଶହ ଲୋକଙ୍କୁ ଡାକି ଭର୍ଚୁଆଲ ର୍ୟାଲି କରି ସେମାନଙ୍କୁ କ’ଣ ବିପଦକୁ ଠେଲି ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେହିଭଳି ମୋଦି ମହାଶୟଙ୍କର ପ୍ରତଶ୍ରୁତିର ମଧ୍ୟ ଲମ୍ବା ତାଲିକା ରହିଛି । ତେବେ ସଂକ୍ଷେପରେ ସେ ଏତିକି କହିଛନ୍ତି ଯେ ଚାଇନା ପଟୁ ଇଂଚେ ସୁଦ୍ଧା ଭାରତ ଭୂମିକୁ ମାଡ଼ିନାହିଁ ବୋଲି ସେମାନେ କହୁଛନ୍ତି । ଲଦାକ୍ରେ ଯାଇ ଆମେ ପ•ରିବାକି ପ୍ରକୃତରେ ଚାଇନା କେତେ ମାଡ଼ିଆସିଛି ତାହା ଜଣାପଡ଼ିବ ଏକଥା ଭାରତବାସୀ ଜାଣିସାରିଲେଣି । ବନ୍ଧୁଗଣ, ଏପରି ଅସତ୍ୟ କଥା ଓ ଅସତ୍ୟ ପ୍ରତିଶ୍ରୁତି ଦେଇ ସେ ଭୋଟ ନେବାରେ ଯେଉଁ ନିପୁଣତା ହାସଲ କରିଛନ୍ତି ଆଜି ତା’ର ଉଚିତ୍ ଜବାବ ଦେବାପାଇଁ ସମୟ ଆସିଛି । ନିବେଦନ କରୁଛି ବାଲେଶ୍ୱରବାସୀ ଓ ତିର୍ତୋଲବାସୀ ତାର ଉଚିତ୍ ଜବାବ ଦେବେ ଓ ଭବିଷ୍ୟତରେ ପରିବର୍ତନର ଏକମୂଳଦୁଆ ତିର୍ତୋଲ ବାଲେଶ୍ୱର ଠାରୁ ଆରମ୍ଭ କରି ଭାରତ ବର୍ଷର ଓ ଓଡ଼ିଶାର ଉପକାର କରିବେ ଏବଂ ଆସନ୍ତା ୩ ତାରିଖ ଉପନିର୍ବାଚନରେ ହାତଚିହ୍ନରେ ମୋହର ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।