ମୋ ଭାଇ ନାମରେ ଅପପ୍ରଚାର କରନ୍ତୁ ନାହିଁ : ଅରିନ୍ଦମଙ୍କ ଭଉଣୀ

ମୋ ଭାଇ ନାମରେ ଅପପ୍ରଚାର କରନ୍ତୁ ନାହିଁ : ଅରିନ୍ଦମଙ୍କ ଭଉଣୀ

ମୋ ଭାଇ ନାମରେ ଅପପ୍ରଚାର କରନ୍ତୁ ନାହିଁ : ଅରିନ୍ଦମଙ୍କ ଭଉଣୀ

ଭୁବନେଶ୍ୱର : ଦୁଃସାହାସୀ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାରା ରାଜ୍ୟରେ ଶୋକ ପ୍ରକାଶ ପାଉଛି  । ତେବେ ଅରିନ୍ଦମଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଥିବାରୁ ଏନେଇ ତାଙ୍କ ପରିବାର ବର୍ଗ କ୍ଷୋଭ ପ୍ରକାଶ କରିଛନ୍ତି  । ଏଥିରୁ ନିବୃତ ରହିବାକୁ ସେମାନେ ଅନୁରୋଧ କରିଛନ୍ତି  ।

ଏକ ଟ୍ୱିଟ ଯୋଗେ ଅରିନ୍ଦମଙ୍କ ଭଉଣୀ ଝରଣା ଦାସ କହିଛନ୍ତିଯେ, ଅରିନ୍ଦମ ଦାସଙ୍କ ପରିବାର ଲୋକେ ଲୋକଙ୍କ ଠାରୁ ଅର୍ଥ ଚାହୁଁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ ହେଉଛି  ।  ଆମର ପରିବାର ଲୋକେ ଅରିନ୍ଦମଙ୍କ ଋଣ ଶୁଝିବାରେ ସମର୍ଥ  । ଭଗବାନଙ୍କ କରୁଣାରୁ ଏଭଳି ଜଟିଳ ସମୟରେ ଆମେ ଅନେକ ଶୁଭେଚ୍ଛୁ ପାଇଛୁ  ।

ଆମ ବାପା ଯୁଗଳ କିଶୋର ଦାସ ଏସବିଆଇରେ ଚାକିରୀ କରୁଥିଲେ  । ସେ ତାଙ୍କ ସାଧୁତା ଓ ମାନବିକତାକୁ ନେଇ ବେଶ ପରିଚିତି ହାସଲ କରିଥିଲେ  । ମୋ ଭାଇ ସବୁବେଳେ କର୍ମ ପ୍ରତି ଉତ୍ସର୍ଗୀକୃତ ଥିଲା, ସେ କେବେ ଟଙ୍କା ପଛରେ ଗୋଡ଼ାଇନଥିଲା  ।

ଭାଉଜ ଓ ପୁଅର ଭବିଷ୍ୟତ କଥା ବୁଝିବାକୁ ଆମର ସାମର୍ଥ୍ୟ ରହିଛି  । ତେଣୁ ଆମେ ଟଙ୍କା ଚାହୁଁଛୁ ବୋଲି ଯେଉଁ ବାର୍ତା ବା ଖବର ପରିବେଷଣ କରାଯାଉଛି ସେଥିରେ ବିଶ୍ୱାସ କରନ୍ତୁ ନାହିଁ  । ବରଂ ଏହି ସମୟରେ ଆମର ଶୁଭେଚ୍ଛୁମାନେ ସାହାସ ପ୍ରଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି  । ଯେଉଁମାନେ ଏଭଳି ସମୟରେ ତାଙ୍କ ପରିବାରକୁ ସାହାସ ଦେଇଛନ୍ତି, ସହାୟତା କରିଛନ୍ତି ସେମାନଙ୍କୁ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଝରଣା  ।