ମୋ ବସରୁ ଖସିପଡିଲେ ମହିଳା, ବସ୍‌ କାଚ ଭାଙ୍ଗିଲେ ଲୋକେ

ମୋ ବସରୁ ଖସିପଡିଲେ ମହିଳା, ବସ୍‌ କାଚ ଭାଙ୍ଗିଲେ ଲୋକେ

ମୋ ବସରୁ ଖସିପଡିଲେ ମହିଳା,  ବସ୍‌ କାଚ ଭାଙ୍ଗିଲେ ଲୋକେ

ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଛକରେ ଜଣେ ମହିଳା ମୋ ବସରୁ ଖସି ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରୁ କଟକ ଯାଉଥିବା ୧୮ନମ୍ବର ମୋ ବସଟି ତ୍ରିଶୂଳିଆ ଛକଠାରେ ରହିଥିଲା । କିଛି ଲୋକ ଓହ୍ଲାଇବା ପରେ ଜଣେ ମହିଳା ଓ ତାଙ୍କ ସହିତ ଜଣେ ଶିଶୁ ଚଢୁଥିବାବେଳେ ବସଟି ଚାଲିବା ଆରମ୍ଭ ହୋଇଥିଲା ।


ଫଳରେ ମହିଳା ଜଣକ ରାସ୍ତାକୁ ପଡି ଆହତ ହୋଇଥିଲେ । ଲୋକମାନେ ତାଙ୍କ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ପଠାଇଥିଲେ । କିଛି ଉତ୍ତ୍ୟକ୍ତ ଲୋକ ମୋ ବସର କାଚକୁ ଭଙ୍ଗାରୁଜା କରି ଦେଇଥିଲେ । ଫଳରେ ବସଟି କିଛି ସମୟ ପାଇଁ ଅଟକି ରହିଥିଲା । ଘଟଣାର ସମାଧାନ ପରେ ବସଟି କଟକ ଅଭିମୁଖେ ଯାତ୍ରା କରିଥିଲା ।