ମେଡିକାଲ୍‌ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରୋଭିଜନାଲ୍‌ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା

ମେଡିକାଲ୍‌ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରୋଭିଜନାଲ୍‌ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା

ମେଡିକାଲ୍‌ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରୋଭିଜନାଲ୍‌ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା ପ୍ରକ୍ରିୟା ଜାରି ରହିଛି । ବୁଧବାର ଅପରାହ୍ଣ ୫ଟାରେ ପ୍ରଥମ ପର୍ୟ୍ୟାୟ ପ୍ରୋଭିଜନାଲ୍‌ ସିଟ୍‌ ଆଲୋଟ୍‌ମେଣ୍ଟ ତାଲିକା ପ୍ରକାଶ ପାଇବ । ଏହା ପରେ ୨୮ ତାରିଖରେ ଚୂଡ଼ାନ୍ତ ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ସେହିଦିନ ସଂଧ୍ୟା ପରଠାରୁ ନାମଲେଖା ପାଇଁ ଆଲଟ୍‌ମେଣ୍ଟ ଲେଟର ଡାଉନଲୋଡ୍‌ କରିପାରିବେ । ପ୍ରୋଭିଜନାଲ୍‌ ନାମଲେଖା ୩୦ରୁ ୪ ତାରିଖ ମଧ୍ୟରେ ଚାଲିବ । ଏହି ପର୍ୟ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌ର ତାଲିକା ନଭେମ୍ବର ୬ରେ ବାହାରିବ ।

ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ନଭେମ୍ବର ୭ରୁ ୧୦ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏହା ପରେ ୧୨ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହେବ । ଏହାର ନାମଲେଖା ୧୨ରୁ ୧୪ ତାରିଖ ଭିତରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ମୁଖ୍ୟ କାର୍ୟ୍ୟାଳୟରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି ।