ମୁ୍ଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ମୁ୍ଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ମୁ୍ଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନାରୀ ନିର୍ଯ୍ୟାତନା ଓ ଦୁର୍ଷ୍କମ ହୁ ହୁ ହୋଇ ବଢ଼ି·ଲିଛି । ବର୍ତମାନ ରାଜ୍ୟରେ ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିଲେ ମଧ୍ୟ ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମହିଳାଙ୍କ ଉପରେ ଅପରାଧ ଘଟଣା ଓଡ଼ିଶାରେ ଜାତୀୟ କ୍ରାଇମ ରେକଡର଼୍ ବୁ୍ୟରୋ ରିପୋର୍ଟ ଅନୁଯାୟି ୨୦୧୭ ରେ ଓଡ଼ିଶା ପ୍ରଥମ ଏବଂ ୨୦୧୮ରେ ଏହି ସଂଖ୍ୟା ବଢ଼ି ୨୦୨୪୭ ଏବଂ ୨୦୧୯ ରେ ୨୩୧୮୩ ରେ ପହଂଚି ଥିଲା । ବିଶେଷ କରି ନାରୀ ଅସଦାଚରଣ କ୍ଷେତ୍ରରେ ଭାରତ ବର୍ଷରେ ଉତରପ୍ରଦେଶ ପ୍ରଥମ ଏବଂ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯଦି ଜନସଂଖ୍ୟା ହିସାବକୁ ନିଆଯାଏ ତେବେ ଓଡ଼ିଶା ଦେଶରେ ପ୍ରଥମ । କୋଭିଡ୍ ହସପିଟାଲରେ ମଧ୍ୟ ମହିଳା ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି । ଏଣୁ ମୁଖ୍ୟମନ୍ତ୍ରୀଙ୍କର ମା'କୁ ସମ୍ମାନ କେବଳ ଫମ୍ପା ସ୍ଲୋଗାନ ଛଡ଼ା ଅନ୍ୟକିଛି ନୁହେଁ । ୨୦ବର୍ଷର ଶାସନରେ ବେବିନା, ମାଧବୀଲତା, ଟିକିରୀ ଶିକ୍ଷୟତ୍ରୀ ଇତିଶ୍ରୀ, କୁନ୍ଦୁଲୀ ଛାତ୍ରୀ ସୁସ୍ମତା, ଯାଜପୁରର ସ୍ମିତାରାଣୀଙ୍କ ଆତ୍ମା ନ୍ୟାୟ ପାଇଁ ଅପେକ୍ଷା କରିଛି । ଅଧିକାଂଶ ଗଣଦୁଷ୍କର୍ମ ଘଟଣାରେ ପୋଲିସ୍ ସଂପୃକ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ବାହୁଛାୟାତଳେ ସୁରକ୍ଷିତ । ଏହି ପ୍ରରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସ ର୍ପୂବତନ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ମାଷ୍ଟର କ୍ୟାଂଟିନ ଛକପର୍ଯ୍ୟନ୍ତ ଯାଇଥିଲା ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକ ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ମୋହନ ଗାନ୍ଧୀ, ସଂକୁନା କହଁର, ରଞ୍ଜିତ ପାତ୍ର, ସ୍ୱାଗତ କର, ବାଦଲ ମହାନ୍ତି, ସୌମ୍ୟ ରନ ବରାଳ, ସାଗର ପଟ୍ଟନାୟକ, ୟୁବରାଜ ମହାନ୍ତି, ରାଜଦ୍ୱୀପ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।