ଜାନୁୟାରୀ ୧ ସୁଦ୍ଧା ଜମି ଅଧିଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ
ଜାନୁୟାରୀ ୧ ସୁଦ୍ଧା ଜମି ଅଧିଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ
admin
Oct 17, 2020 - 14:31
Updated: Oct 17, 2020 - 14:31
ଭୁବନେଶ୍ୱର : ଶ୍ରୀମନ୍ଦିର ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ଆସନ୍ତା ଜାନୁୟାରୀ ୧ ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପରେ ବେଢା ଚତୁର୍ପାଶ୍ୱ ପରିକ୍ରମା କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଦର୍ଶନାର୍ଥୀ କିଭଳି ସୁବିଧାରେ ଯାତାୟତ କରିପାରିବେ ତାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ନବୀନ ନିଦେ୍ର୍ଧଶ ଦେଇଛନ୍ତି । ମେଘନାଦ ପାଚେରୀ ନିକଟକୁ ଲାଗି ଇଲେକ୍ଟ୍ରିକ ସବ ଷ୍ଟେସନ ନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାଳୁଙ୍କୁ ଯେପରି ଅଧିକ ମହାପ୍ରସାଦ ମିଳିବ ଏବଂ ବୟସ୍କ ଦର୍ଶନାର୍ଥୀଙ୍କ ପାଇଁ ପର୍ଯ୍ୟାପ୍ତ ଇଲେକ୍ଟ୍ରିକ ଗାଡି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।