ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କିୟଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କିୟଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା
ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ ଜାରି ରହିଛି। ମଙ୍ଗଳବାର ବେଆଇନ୍ ବାଲି ଖନନ ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା ଇଡି। ଏକା ଥରକେ ୧୦ରୁ ୧୨ଟି ସ୍ଥାନରେ ଇଡି ରେଡ୍ କରିଥିଲା। ଚଢ଼ାଉ ବେଳେ ଇଡି ହାତରେ ଲାଗିଛି କୋଟି କୋଟି ଟଙ୍କା। ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରକୁ ମିଳିଛି ନଗଦ ୭ କୋଟି ୯ ଲକ୍ଷ ଟଙ୍କା।
ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କ ମୋହାଲି ସ୍ଥିତ ଘରେ ଇଡି ଚଢ଼ାଉ କରିଥିଲା। କେବଳ ମୋହାଲି ସ୍ଥିତ ଘର ନୁହେଁ ଏଭଳି ୧୦ରୁ ୧୨ଟି ଠିକଣା ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ନଗଦ ୯ କୋଟି ୯ ଲକ୍ଷ ଟଙ୍କା ଜବତ ହୋଇଛି। ଆଜି ବି ଇଡି ଚଢ଼ାଉ ଜାରି ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚାନ୍ନି କହିଛନ୍ତି, ନିର୍ବାଚନ ପାଖେଇ ଆସୁଛି। ତେଣୁ ତାଙ୍କୁ ଚାପ ପକାଇବା ଏବଂ ତାଙ୍କୁ ଓ ତାଙ୍କ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି।’
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଚାନ୍ନି ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଯେତେବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇଥିଲା ସେତେବେଳେ ମମତା ବାନାର୍ଜୀଙ୍କ ସମ୍ପର୍କୀୟଙ୍କୁ ଏହିପରି ଟାର୍ଗେଟ କରାଯାଇଥିଲା। ସେହିଭଳି ପଞ୍ଜାବରେ ଚାପ ପକାଇବା ଏବଂ ଅସୁବିଧା ସୃଷ୍ଟି କରିବାକୁ ଇଡି ବର୍ତ୍ତମାନ ଚେଷ୍ଟା କରୁଛି। ବିରୋଧୀ ସମସ୍ତ ପ୍ରକାର ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।’




admin 