ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ
ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ଆଜି ରାଜ୍ୟରେ ୧୦ହଜାର ୩୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବାବେଳେ ଗଞ୍ଜାମ ଜିଲ୍ଲରୁ ଜଣେ ଓ ସମ୍ବଳପୁରରୁ ଜଣେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୫୦୧କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱରରୁ ୮୪ ବର୍ଷୀୟ ପୁରୁଷ, ୬୪ ବର୍ଷୀୟ ପୁରୁଷ, ୯୬ ବର୍ଷୀୟ ପୁରୁଷ, ୭୯ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ୫୨ ବର୍ଷୀୟ ମହିଳାଙ୍କର ମୃତୁ୍ୟ ହୋଇଛି । ସେହିପରି ସମ୍ବଲପୁରରୁ ୧୯ ବର୍ଷୀୟ ଯୁବକ ଓ ଗଞ୍ଜାମରୁ ୪୫ ବର୍ଷୀୟ ପୁରୁଷଙ୍କର ମୃତୁ୍ୟ ହୋଇଛି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ନେଇ ସୂଚନା ରହିଛି ।




admin 