ବ୍ରିଜ୍‌ ନିକଟରେ ପଡ଼ିଥିବା ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ବ୍ରିଜ୍‌ ନିକଟରେ ପଡ଼ିଥିବା ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ବ୍ରିଜ୍‌ ନିକଟରେ ପଡ଼ିଥିବା ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ଢାକା: ନିଖୋଜ ହୋଇ ଯାଇଥିବା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍ ସିମୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଇମାଙ୍କ ମୃତଦେହ ଢାକା ନିକଟ ହଜରତପୁର ବ୍ରିଜ ନିକଟରେ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ପଡ଼ିଥିଲା।  ରାଇମାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଅଟକ ରଖିଛି।

ରାଇମା ଇସଲାମ୍ ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ। ତାଙ୍କ ନିଖୋଜ ହେବା ନେଇ  ପରିବାର ଲୋକ ଅଭିଯୋଗ କରିଥିଲେ। ଏହାପରେ ଢାକା ପୁଲିସ୍ ତରଫରୁ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ହଜରତପୁର ବ୍ରିଜ ତଳୁ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବା ସହ ତଦନ୍ତ ଚାଲୁଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ରାଇମାଙ୍କୁ ହତ୍ୟା ଘଟଣାରେ ପୁଲିସ୍ ତାଙ୍କ ସ୍ୱାମୀ ସାକତ ଅଲ୍ଲୀ ଓ ତାଙ୍କ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

୪୫ ବର୍ଷୀୟା ଅଭିନେତ୍ରୀଜଣକ ୧୯୯୮ ମସିହାରେ  ‘ବର୍ତ୍ତମାନ’ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଯାବତ ସେ ୨୫ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି।