ମାୟାବିନୀ ଅର୍ଚ୍ଚନା ଓ ୧୮ ବିଧାୟକ

ମାୟାବିନୀ ଅର୍ଚ୍ଚନା ଓ ୧୮ ବିଧାୟକ

ମାୟାବିନୀ ଅର୍ଚ୍ଚନା ଓ ୧୮ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଏବେ ଅର୍ଚ୍ଚନା ନାଗର କେଳେଙ୍କାରୀ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।   ଅର୍ଚ୍ଚନା ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତ୍ତରେ ରଖିଥିଲେ । ଯାହା ଇଚ୍ଛା ତାହା କରୁଥିଲେ । ଦିନ ଗଡ଼ୁଛି, ତାଲିକା ଲମ୍ବୁଛି । ପ୍ରତିଦିନ ମାୟାବିନୀ ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ପଲିଟିକାଲ୍‌ ଲିଙ୍କ୍‌ରେ ନୂଆ ନୂଆ ଫର୍ଦ୍ଦ ଯୋଡି ହେବାରେ ଲାଗିଛି ।  ତେବେ  ଅର୍ଚ୍ଚନା ନାଗ ଫାଶରେ ଏବେ ୨୫ରୁ ଅଧିକ ନେତା ଥିବା ଚର୍ଚ୍ଚା ହେଉଛି ।  ତେବେ ସବୁଠାରୁ ବଡ଼ କଥା ହେଲା ଯେ ସମ୍ପୃକ୍ତ ୨୫ ନେତାଙ୍କ ମଧ୍ୟରେ ୧୮ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି ।  ୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

  ଏତେ ସଂଖ୍ୟକ ନେତା ସାମିଲ ଥିବାରୁ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି ।  ପୁଲିସର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କାହିଁକି ଅର୍ଚ୍ଚନାକୁ ପୁଲିସ ତରବରିଆଭାବେ ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ତରବରିଆଭାବେ ଗିରଫ କରି ଜେଲ ପଠାଇବାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଅର୍ଚ୍ଚନାକୁ ଗିରଫ ପରେ ବି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ନେଇ ବି ପୁଲିସର ଭୂମିକା ସନେ୍ଦହଘେରରେ ।  ରିମାଣ୍ଡରେ ଆଣି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ପୀଡ଼ିତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଉନଥିବାରୁ ପ୍ରଶ୍ନ ଉଠିଛି ।  କାହା ଚାପରେ ପୁଲିସ ଚେପା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ତେବେ ସବୁଠାରୁ ବଡ଼ କଥା ହେଲା ଯେ ଅର୍ଚ୍ଚନାର ନାଗ ଫାଶରେ ୩ ମନ୍ତ୍ରୀ ବି ପଡ଼ିଥିବା ଅଭିଯୋଗ ହୋଇଛି । ବିଜେପିର ବରିଷ୍ଠ ନେତା ବାବୁ ସିଂ ଏଭଳି ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି ଯେ ୧୮ରୁ ଅଧିକ ବିଧାୟକଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ବି ଅଛନ୍ତି ।  ଅର୍ଚ୍ଚନାଙ୍କ ଘରକୁ ଶାସକ ଦଳର ବହୁ ଯୁବ ନେତା ଯାଉଥିଲେ ।  ଶାସକ ଦଳ ସାମିଲ ଥିବାରୁ ପୁଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଛି ।  ଅର୍ଚ୍ଚନାର ସ୍ୱାମୀ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହିଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ବ୍ଲାକମେଲିଂ କରି ବଡ ବଡୁଆଙ୍କ ଠାରୁ ଟଙ୍କା ଲୁଟୁଥିବା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବେ ପୋଲିସ ହାତରେ ଲାଗିଛି  । ଏହି ମାୟାବିନୀଙ୍କ ମୋଟ ୫ଟି ଆକାଉଣ୍ଟର ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ଦୁଇଟି ସେଭିଂ ଆକାଉଣ୍ଟ, ଗୋଟିଏ ଜଏଣ୍ଟ ଆକାଉଣ୍ଟ, ଦୁଇଟି କରେଣ୍ଟ ଆକାଉଣ୍ଟ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏହି ୫ଟି ଆକାଉଣ୍ଟରେ ପ୍ରାୟ ୧୫ କୋଟି ବାଲାନ୍ସ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ତାଙ୍କ ଆର୍ଥିକ ନେଣଦେଣର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି । କିଛି ଫାଇନାନ୍ସିଆଲ୍ ଆଡଭାଇଜର ଓ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ଲୋଡିଛି ପୋଲିସ । ଅଧିକାଂଶ ଆକାଉଣ୍ଟରେ RTGSରେ ମନି ଟ୍ରାନ୍ସଫର ହୋଇଥିବା ଜଣାପଡିଥିବା ବେଳେ ଆଉ କିଛି ଆକାଉଣ୍ଟରେ ଚେକ୍ ଡିପୋଜିଟ ଓ ଅନଲାଇନ ଇଣ୍ଟରନେଟ ଟ୍ରାଞ୍ଜାକ୍ସନ ହୋଇଛି । ସେହିପରି କରେଣ୍ଟ ଆକାଉଣ୍ଟରେ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି । ଅଧିକାଂଶ ପେମେଣ୍ଟ ଜଏଣ୍ଟ ଆକାଉଣ୍ଟକୁ ଆସୁଥିବା ଜଣାପଡିଛି ।ପୋଲିସ ହାଇ ଟ୍ରାଞ୍ଜାକ୍ସନକୁ ନାଲି ଗାରରେ ହାଇଲାଇଟ ରଖିଛି । ଯେଉଁ ଆକାଉଣ୍ଟରୁ କାରବାର ହୋଇଛି ସେସବୁର ଆଇଏଫଏସସି କୋଡ ଆକାଉଣ୍ଟ ନମ୍ବର, ଶାଖା ନାମ ସହ ଆକାଉଣ୍ଟଧାରୀଙ୍କ ତାଲିକା କରିଛି ପୋଲିସ । ଏହାବ୍ୟତୀତ ସେଭିଂ ଆକାଉଣ୍ଟରୁ ସେ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଉଥିଲେ । କିଛି ଆକାଉଣ୍ଟରୁ ଇଏମଆଇ ସୁଝୁଥିବା ଜଣାପଡିଛି । ଅନ୍ୟ କିଛି ଆକାଉଣ୍ଟରେ ଫର୍ଜି ଡକ୍ୟୁମେଣ୍ଟରେ କେତେକ ଠକେଇ କରିଥିବାର ପୋଲିସ ସୂଚନା ପାଇଛି । ଏପରିକି କିଛି ବ୍ୟାଙ୍କ ଅଧିକାରୀ ରୀତିମତ ଆସି ତାଙ୍କର ଘର ସାମ୍ନାରେ ଆସି ଚକ୍କର କାଟି ଯାଉଛନ୍ତି ।