ମାଟ୍ରିକ ପରୀକ୍ଷା : ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପରର ଅଡିଓ

ମାଟ୍ରିକ ପରୀକ୍ଷା : ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପରର ଅଡିଓ

ମାଟ୍ରିକ ପରୀକ୍ଷା : ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପରର ଅଡିଓ
ଭୁବନେଶ୍ୱର:ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ସମେତ ବହୁ ଛାତ୍ରଛାତ୍ରୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପରର ଅଡିଓ । ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ସହଜରେ ଅଡିଓ ଜରିଆରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । ଏହି ଅଡିଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୱେବସାଇଟରେ ଅପଲୋଡ କରିବାକୁ ଯୋଜନା ରହିଛି । ଅଡିଓର ଲିଙ୍କ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅବଗତ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) । ଏ ନେଇ ସୂଚନା ଦେଇଛନ୍ତି ଓସେପା ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଭୂପେନ୍ଦ୍ର ସିଂହ ପୁନିଆ । ଆଗାମୀ ମାଟି୍ରକ ପରୀକ୍ଷା ପାଇଁ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ଅଡିଓ ସଙ୍କଳନରୁ ରାଜଧାନୀସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତ ଏହି ଅଡିଓ ସଂକଳନ ବ୍ରେଲି ପୁସ୍ତକର ବିକଳ୍ପ ଭାବେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ଏହାକୁ ଓସେପା ନିଦେ୍ର୍ଧଶକ ଶ୍ରୀ ପୁନିଆ ଉଦଘାଟନ କରି ଖୋର୍ଦ୍ଧା ଜିଲ୍ଲଶର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ।