ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଧଶ

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଧଶ

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଧଶ
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜେଲ ଅନ୍ତେବାସୀଙ୍କ ସମସ୍ୟା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶାବଳୀ ପାଳନ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମାର୍ଚ୍ଚ ୧୫ରୁ ଏପ୍ରିଲ ୧୬ ମଧ୍ୟରେ ପରିଦର୍ଶନ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଜେଲ ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ ଓ ଆବାସ ସମ୍ପର୍କରେ ସମୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଜିଲ୍ଲା କାରାଗାର ଓ ଉପକାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ସିସିଟିଭି ଲଗାଇବାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିବା ସହ ସିସିଟିଭି ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଛୋଟ ଅପରାଧରେ ଜାମିନ ପାଇ ମୁକୁଳିନଥିବା ଅପରାଧୀଙ୍କ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ଏଥିସହ ଏପ୍ରିଲ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।