ପୁରୀ ଶ୍ରୀମନ୍ଦିର ପରିସରରୁ ଚୋରି ଅଭିଯୋଗ

ପୁରୀ ଶ୍ରୀମନ୍ଦିର ପରିସରରୁ ଚୋରି ଅଭିଯୋଗ

ପୁରୀ ଶ୍ରୀମନ୍ଦିର ପରିସରରୁ ଚୋରି ଅଭିଯୋଗ
ପୁରୀ:ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ଥାଇ ମଧ୍ୟ ପୋଲିସ ଆଖିରେ ଲୁଟେରା ଧୂଳି ଦେଇ ଲୁଟ୍ କରିଛନ୍ତି । ମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ରାମ ମନ୍ଦିରର ଦାନ ବାକ୍ସରୁ ଚୋରି ହୋଇଛି । ସିଂହଦ୍ୱାର ଥାନା ପୋଲିସ ଘଟଣାର ତନାଘନା କରୁଛି । ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିରରେ ଲୁଟ୍ ହୋଇଛି । ଦାନ ବାକ୍ସରୁ ଲୁଟ୍ ହୋଇଥିବାବେଳେ ସେଠାରେ ଥିବା ଏକ ପିତ୍ତଳ କୃଷ୍ଣ ମୂର୍ତ୍ତି ଓ ଶାଳଗ୍ରାମକୁ ମଧ୍ୟ ଲୁଟେରା ଛାଡ଼ି ନାହାଁନ୍ତି । ପ୍ରଥମେ ଡକାୟତମାନେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତୀକୁ ନେବାକୁ ଚେଷ୍ଟା କରିଥିଲେ । ଏଥିରେ ବିଫଳ ହେବା ପରେ ସମ୍ମୁଖ ଭାଗରେ ଥିବା କୃଷ୍ଣ ମୂର୍ତ୍ତୀକୁ ଚୋରି କରିଥିଲେ । ଏହା ସହିତ ଦାନବାକ୍ସରୁ ମଧ୍ୟ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଦାନ ବାକ୍ସରୁ କେତେ ଟଙ୍କା ଚୋରୀ ହୋଇଛି ତାହା ଜଣାପଡ଼ି ନାହିଁ । ତେବେ ସିଂହଦ୍ୱାର ଥାନା ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି ।