ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ
କାଶୀନଗର : ଗଜପତି ଜିଲ୍ଲାରେ ପୁଣି ଜଣେ ନାବାଳିକା ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଯାହା ଏବେ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କନ୍ୟା ଶିଶୁ ପ୍ରସବ କରିଛି । ମା ଓ ଝିଅ ଉଭୟ ସୁସ୍ଥ ଥିବାବେଳେ ପୁଲିସ କେସ ନଂ ୨୫/୨୦୨୧ରେ ଏକ ମକଦ୍ଧମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ସନ୍ତାନଙ୍କର ବାପା କିଏ ସେନେଇ ଖୋଲାଖୋଲି ସୂଚନା ମିଳିପାରିନାହିଁ । କେଉଁ ପରିସ୍ଥିତିରେ ଜଣେ ନାବାଳିକା ଗର୍ଭବତୀ ହେଲେ ତାହାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ସୂଚନାଯୋଗ୍ୟଯେ, ପୂର୍ବରୁ ଅନେକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଶେଷକରି ସେବାଶ୍ରମମାନଙ୍କରେ ଅଷ୍ଟମ ନବମ ଛାତ୍ରଛାତ୍ରୀମାନେ ବି ମା’ ହେବାର ନଜିର ରହିଛି । ଯାହାକୁ ନେଇ ଅତୀତରେ ବିଧାନସଭାରେ ମଧ୍ୟ ତୁମ୍ବିତୋଫାନ ହୋଇଥିଲା ।