ମାଂସ ବେସର

ମାଂସ ବେସର

ମାଂସ ବେସର
ଆବଶ୍ୟକ ସାମଗ୍ରୀ: -୨୫୦ ଗ୍ରାମ ମାଂସ -୪ଟା ବଡ ଆଳୁ -୫/୬ଟା ବଡ ସାରୁ -ଖଣ୍ଡେ ଛୋଟ ମାଟିଆଳୁ -ଚେନାଏ କଖାରୁ -୩ ସେମି ଅଦା -୧ଚା ଚାମଚ ଗୋଲ ମରିଚ -୩ଚା ଚାମଚ ସୋରିଷ -୨ଚାମଚ ତେଲ -୧ଟା ତେଜପତ୍ର -ଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ଛୋଟ ଛୋଟ ଖଣ୍ଡ କରି କାଟି ସଫା କରି ରଖନ୍ତୁ । ଆଉ ସବୁ ପରିବା ବଡ ବଡ ଖଣ୍ଡ କରି କାଟି ରଖନ୍ତୁ । ମାଂସ, ଲୁଣ ଓ ହଳଦୀ ଦେଇ ସିଝାଅ । ମାଂସ ଅଧା ସିଝିଲାବେଳକୁ ସବୁ ପରିବା କଟା ସହ ତେଜପତ୍ରକୁ ପକାନ୍ତୁ । ସବୁ ସିଝିଗଲେ ଅଦା ଗୋଲମରିଚ, ୨ଚାମଚ ସୋରିଷ ବାଟି ସେଥିରେ ଦିଅନ୍ତୁ । ଅଳ୍ପ ସମୟ ପରେ ଓହ୍ଲାଇ ଦିଅନ୍ତୁ । ପରେ କଡାଇରେ ସୋରିଷ ତେଲ ଗରମ କରି ସେଥିରେ ବଳିଥିବା ୧ଚାମଚ ସୋରିଷ ଫୁଟାନ୍ତୁ । ସୋରିଷ ଫୁଟିଲେ ଏ ତରକାରୀ ସେଥିରେ ଦେଇ ଗୋଳାଇ ଓହ୍ଲାଇ ଦିଅନ୍ତୁ ।