ଛତୁ କଷା ।

ଛତୁ କଷା ।

ଛତୁ କଷା ।
ପ୍ରସ୍ତୁତି ସାମଗ୍ରୀ- ୧କପ୍ ଛତୁ(ସଫାକରି ଛୋଟ ଛୋଟ କଟା ହୋଇଥିବ), ୧/୪ଛୋଟ ଚାମଚ ସୋରିଷ, ୧/୨ ଛୋଟ ଚାମଚ ଜିରା, ୪ ଛୋଟ ଚାମଚ ତେଲ ଓ ସ୍ୱାଦାନୁସାରେ ଲୁଣ । ବାଟିବା ପାଇଁ ମସଲା ୬ରୁ ୭ଟି ପୋଦିନାପତ୍ର, କିଛି ଧନିଆପତ୍ର, ୫ଟି କାଜୁ, ଗୋଟେ ଛୋଟ ଟମାଟୋ କଟା ହୋଇଥିବ), ଗୋଟେ ଛୋଟ ପିଆଜ (କଟା ହୋଇଥିବ), ୩ଟି କଞ୍ଚାଲଙ୍କା । ଏସୁବୁକୁ ଅଳ୍ପ ପାଣି ଦେଇ ବାଟି ରଖନ୍ତୁ । ପ୍ରସ୍ତୁତି ପ୍ରଣାଳୀ- ପ୍ୟାନ୍ରେ ପ୍ରଥମେ ୨ଛୋଟ ଚାମଚ ତେଲ ଗରମ କରି ସେଥିରେ ଛତୁକୁ ଟିକେ ସିଝିବା ପର୍ଯ୍ୟନ୍ତ ଭାଜି ଅଲଗା ରଖନ୍ତୁ । ଏବେ ଆଉ ଗୋଟେ ପ୍ୟାନ୍ରେ ୨ ଛୋଟ ଚାମଚ ତେଲ ଗରମ କରି ସେଥିରେ ସୋରିଷ ଓ ଜିରା ଫୁଟାନ୍ତୁ । ସେଥିରେ ଉପରୋକ୍ତ ବଟା ମସଲା ପକାନ୍ତୁ । ଅଳ୍ପ ଆଞ୍ଚରେ ବସେଇ ଧୀରେ ଧୀରେ ଘାଣ୍ଟନ୍ତୁ । ଯେତେବେଳେ ମସଲାରୁ ତେଲ ଛାଡ଼ିବ ବା ମସଲା କଷି ହୋଇଯିବ, ସେଥିରେ ଛତୁ ଓ ଲୁଣ ମିଶାନ୍ତୁ । କିଛି ସମୟ ଢାଙ୍କୁଣୀ ବନ୍ଦକରି ରାନ୍ଧନ୍ତୁ । ତା’ପରେ ଗରମ ଗରମ ପରଷନ୍ତୁ ।