ମହିଳାଙ୍କୁ ଉଣ୍ଡିବା ପୁରୁଷଙ୍କ ଡିଏନଏରେ ଅଛି : ଅକ୍ଷୟ କୁମାର
ମହିଳାଙ୍କୁ ଉଣ୍ଡିବା ପୁରୁଷଙ୍କ ଡିଏନଏରେ ଅଛି : ଅକ୍ଷୟ କୁମାର

ନୂଆଦିଲ୍ଲୀ : ଏମିତି କୌଣସି ପୁରୁଷ ନାହାନ୍ତି, ଯିଏ କାମୁକ ନୁହଁନ୍ତି । ମହିଳାଙ୍କୁ ଘୂରିବା ପୁରୁଷର ଡିଏନଏରେ ଅଛି । ପୁରୁଷଙ୍କୁ ସେମିତି ହିଁ କରାଯାଇଛି । ଯେତେବେଳେ ପୁରୁଷଟିଏ ନାରୀକୁ ଦେଖେ, ସେତେବେଳେ ତାର କଳ୍ପନା ୱାଇଲଡ଼ ହୋଇଯାଏ । କିନ୍ତୁ ଏନେଇ ପୁରୁଷଙ୍କୁ ପଚାରିଲେ, ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରନ୍ତି । ଏମିତି କହି ଚର୍ଚ୍ଚା ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର ।
ତେବେ ସବୁ ପୁରୁଷ ଏଭଳି ନୁହଁନ୍ତି ବୋଲି ଅକ୍ଷୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତିଯେ, ରାସ୍ତା ହେଉକି ବସ କିମ୍ବା ଟ୍ରେନ ଅବା ଅଫିସ ସବୁଠି ଏମିତି ପୁରୁଷଙ୍କୁ ଦେଖିବାକୁ ମିଳେ । ଯେଉଁମାନେ କି ମହିଳାମାନଙ୍କୁ ଘୂରିଘୂରି ଦେଖନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ନାରୀମାନେ ଏଭଳି ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ଆଉ ଜଣେ ପୁରୁଷଙ୍କର ସହଯୋଗ ଲୋଡ଼ିଥା’ନ୍ତି ।