ଅନୁଷ୍କାଙ୍କୁ ପ୍ରଥମ ଦେଖାରେ ଏହି କଥା କହିଥିଲେ ବିରାଟ ।

ଅନୁଷ୍କାଙ୍କୁ ପ୍ରଥମ ଦେଖାରେ ଏହି କଥା କହିଥିଲେ ବିରାଟ ।

ଅନୁଷ୍କାଙ୍କୁ ପ୍ରଥମ ଦେଖାରେ ଏହି କଥା କହିଥିଲେ ବିରାଟ ।
ଅନୁଷ୍କା ଶର୍ମା ଓ ବିରାଟ କୋହିଲ ଚର୍ଚ୍ଚିତ ଯୋଡି ଭାବେ ପରିଚିତ । ଏବଂ ତାଙ୍କ ଯୋଡୀଙ୍କୁ ମଧ୍ୟ ଏକ ଭିନ୍ନ ନାଁ (ବିରୁଷ୍କା) ଦିଆଯାଇଥିଲା । ତେବେ ଦୁହେଁ ୨ବର୍ଷ ଡେଟିଂ ପରେ ୨୦୧୭ରେ ବିବାହ କରିଥିଲେ । ଗୋଟିଏ କମର୍ସିଆଲ ବିଜ୍ଞାପନର ସୁଟିଂ ସମୟରେ ହିଁ ଦୁହିଙ୍କର ସାକ୍ଷାତ ହୋଇଥିଲା । କୋହିଲ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଅନୁଷ୍କାଙ୍କ ସହ ପ୍ରଥମ ଭେଟ ବେଳେ ନର୍ଭସ ଥିଲେ । କ’ଣ କହିବେ କିଛି ବୁଝିପାରୁନଥିଲେ । ସେ ପରେ ଭାବିଲେ ସେ ମଜା କରିଥିଲେ ବି ଏହା ବୋଧେ ଠିକ୍ ନଥିଲା । ତେବେ ଏହି ଥଟ୍ଟା ତାଙ୍କ ପାଇଁ ଅଦ୍ଭୁତ ମୁହୂର୍ତ ହୋଇଗଲା । ନିୟମିତ ସୁଟିଂ ସେଟକୁ ଆସୁଥିବାରୁ ଅନୁଷ୍କାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଥିଲା । ଦୁହିଁଙ୍କ ବିବାହରେ ମାତ୍ର ୪୨ ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ସେ ଏ ଖବରକୁ ଜନସାଧାରଣଙ୍କଠାରୁ ଦୂରେଇ ରଖିବାପାଇଁ ଚାହୁଁଥିଲେ ।