ମହିଳା ଦିବସରେ ଖୁସିର କଥା, ବଢ଼ୁଛି ମହିଳା ଡ୍ରାଇଭରଙ୍କ ସଂଖ୍ୟା
ମହିଳା ଦିବସରେ ଖୁସିର କଥା, ବଢ଼ୁଛି ମହିଳା ଡ୍ରାଇଭରଙ୍କ ସଂଖ୍ୟା
କଟକ : ମହିଳା ଦିବସ ଅବସରରେ ମିଳିଛି ବଡ଼ ଖବର। ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରେ ୩୩% ମହିଳା ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୭ ରେ, ୨୫୦୮୬ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ୨୦୨୧ ରେ ଏହା ୩୩୬୬୬ କୁ ବୃଦ୍ଧି ପାଇଛି । ବାସ୍ତବରେ, ୨୦୧୯ ଏବଂ ୨୦୨୦ ରେ, ମହିଳା ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୩୬,୦୦୦ ରୁ ଅଧିକ ଥିଲା ।
ରାଜ୍ୟରେ ମହିଳା ଡ୍ରାଇଭରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ଯଦିଓ ଆମେ ଅନ୍ୟ ରାଜ୍ୟ ସହ ତୁଳନା କରିବା ତେବେ ଏହି ସଂଖ୍ୟା ଅତ୍ୟନ୍ତ ଉତ୍ସାହଜନକ ନୁହେଁ ବୋଲି ସଡକ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ କହିଛନ୍ତି। ଆମ ସମାଜରେ ଅଧିକରୁ ଅଧିକ ମହିଳାଙ୍କୁ ଆଗକୁ ଆସିବା ଏବଂ ଡ୍ରାଇଭିଂ ନେବାକୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମହିଳାମାନେ ଗାଡି ଚଳାଇବା ଶିଖିବା ଦ୍ୱାରା ଆତ୍ମବିଶ୍ୱାସ ଲାଭ କରନ୍ତି ଏବଂ ଏହିପରି ସେମାନଙ୍କର ଦୈନଦିନ ଯାତ୍ରା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି ନାହିଁ।
ମହିଳାମାନଙ୍କୁ ସଶକ୍ତିକରଣ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପରିବହନ ବିଭାଗ ଏବଂ ଓଡ଼ିଶା ସରକାର ମହିଳାମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍, ଭୁବନେଶ୍ୱର ଏବଂ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଛତିଆରେ ମାଗଣା ବୃତ୍ତିଗତ ଡ୍ରାଇଭିଂ ତାଲିମ ପ୍ରଦାନ କରନ୍ତି।
ବର୍ଷ ବର୍ଷ ଧରି ଉଭୟ ଅନୁଷ୍ଠାନରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭,ଊଞଝ, ଭୁବନେଶ୍ୱରରେ ୨୫ ଜଣ ମହିଳା ପ୍ରଶିକ୍ଷକଙ୍କ ଠାରୁ ବର୍ତ୍ତମାନ ୯୦ ଜଣ ମହିଳା ଅଛନ୍ତି ଯେଉଁମାନେ ବ୍ୟବସାୟିକ ଯାନ ଚଳାଇବା ପାଇଁ ଶିକ୍ଷା ନେଉଛନ୍ତି । ସେଥିମଧ୍ୟରୁ ୬୦ ଟି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସହିତ ଜଡିତ ।
ଊଞଝ ଭୁବନେଶ୍ୱର ୧୯୭୩-୭୪ ମସିହାରେ ଓଡିଶାର ଗ୍ରାମାଞ୍ଚଳର ଯୁବକମାନଙ୍କୁ ଅଣ-ଆବାସିକ ଖଗଠ ଡ୍ରାଇଭିଂ ଟ୍ରେନିଂ ମାଗଣାରେ (ଊଖ ଫି ଏବଂ ଆଡମିଶନ ଫି ବ୍ୟତୀତ) ଏହି ଅନୁଷ୍ଠାନ ମାଧ୍ୟମରେ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ।
ସେହିଭଳି, ଛତିଆରେ ମଧ୍ୟ ଐଗଠ ଊଞଓ ରେ ମହିଳାଙ୍କ ନାମ କ୍ରମାଗତ ଭାବେ ବୃଦ୍ଧି ପାଉଛି “ଗତ ତିନିରୁ ଚାରି ବର୍ଷ ମଧ୍ୟରେ ପ୍ରାୟ ୬୦ ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ପ୍ରଶିକ୍ଷଣ ଡ୍ରାଇଭରମାନଙ୍କୁ ଏହି ଅନୁଷ୍ଠାନ ଜୀବିକା ଏବଂ ଚାକିରି ଜନିତ ସହାୟତା ଯୋଗାଇଥାଏ । ସେମାନଙ୍କ ମଧ୍ୟରୁ କେତେକ ପାଠ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରିବା ପରେ ଘରୋଇ ଏବଂ ସରକାରୀ ଏଜେନ୍ସିଗୁଡ଼ିକରେ କାର୍ୟ୍ୟରତ ଅଛନ୍ତି । ଏହି ଅନୁଷ୍ଠାନରେ ଲେଡି ଟ୍ରେନରମାନେ ମଧ୍ୟ ଉପସ୍ଥିତ ଅଛନ୍ତି, ଯେଉଁମାନେ ସଫ୍ଟ ସ୍କିଲ ସହିତ ନିୟମିତ ଭାବରେ ଡ୍ରାଇଭିଂ ମଧ୍ୟ ଶିଖାନ୍ତି ବୋଲି ଛତିଆର ପ୍ରିନ୍ସିପାଲ୍ ସାଦିକ୍ ହୁସେନ୍ ସୟଦ ସୂଚନା ଦେଇଛନ୍ତି ।
ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କୁ ୩୦ ଦିନର ଆବାସିକ ଐଗଠ ଡ୍ରାଇଭିଂ ତାଲିମ ପ୍ରଦାନ କରିଥାଏ। ଏହା ୨୦୧୩ ଠାରୁ ୪୪ ଏକର ଜମିରେ କାର୍ୟ୍ୟକ୍ଷମ ହୋଇଆସୁଛି। ଏହି ଅନୁଷ୍ଠାନ ଆରମ୍ଭରୁ ମୋଟ ୧୬,୭୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।




admin 