ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫୁ୍ୟ

ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫୁ୍ୟ

ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫୁ୍ୟ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରଶାସନିକ ପ୍ରସ୍ତୁତି ନେଇ ପ୍ରଶାସନ ସୋମବାର ଅଧିକ ସୂଚନା ଦେଇଛି । ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫୁ୍ୟ । ବଡ଼ଦାଣ୍ଡବାସୀ ସେମାନଙ୍କ ବାସଭବନର ଛାତ ଓ ବାଲକୋନିରେ ବସି ବା ଠିଆ ହୋଇ ରଥାରୁଢ଼ ଶ୍ରୀବିଗ୍ରହଙ୍କ ରଥଟଣା ଦେଖିବା ଉପରେ କଟକଣା ରହିବ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚନ୍ମନ୍ଦିରରେ ବିଜେ ବେଳେ ଭକ୍ତଙ୍କୁ ଦର୍ଶନ ପ୍ରବେଶ ଅନୁମତି ମିଳିବ ନାହିଁ । ଆଡ଼ପ ଅବଢ଼ା ଭକ୍ତଙ୍କୁ ବିତରଣ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଆଡ଼ପ ଅବଢ଼ା ସେବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୨ଟି ସ୍ଥାନରେ ସୂପକାର ନିଯୋଗର ଷ୍ଟଲ ଲାଗିବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଗୁଣ୍ଡିଚା ମନ୍ଦିର ଚାରି ପାଖରେ ୧୪୪ ଧାରା ସୁରକ୍ଷା ବଳୟ ରହିବ । ନଅ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରି ପାଖରେ ଏହି କଟକଣା ବଳବତ୍ତର ରହିବ । ସୋମବାର ଶ୍ରୀମନ୍ଦିରର ଛଅ ଗୋଟି ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି ।