ତେଲେଙ୍ଗାନାରେ ସେଲଫି ଯୋଗୁଁ ୩ ଜଣଙ୍କ ଗଲା ଜୀବନ
ତେଲେଙ୍ଗାନାରେ ସେଲଫି ଯୋଗୁଁ ୩ ଜଣଙ୍କ ଗଲା ଜୀବନ

ହାଇଦ୍ରାବାଦ: ସେଲଫି ଯୋଗୁଁ ୩ ଜଣ ନାବାଳିକାଙ୍କ ଜୀବନ ଯାଇଛି । ଗତ ରବିବାର ସନ୍ଧ୍ୟାରେ ତେଲେଙ୍ଗାନାର ନିର୍ମଳ ଜିଲ୍ଲା ଅନ୍ତର୍ଗତ ସିଙ୍ଗନଗମ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ୧୪ ଓ ୧୬ ବର୍ଷ ବୟସ୍କ ଏହି ୩ ଭଉଣୀ ଗାଁରେ ଥିବା ଏକ ପୋଖରୀକୁ ଯାଇଥିଲେ । ସେଠାରେ ସେଲଫି ନେଉଥିଲା ବେଳେ ଜଣଙ୍କର ଗୋଡ ଖସି ଯାଇଥିଲା । ସେ ପାଣିରେ ବୁଡି ଯାଉଥିଲା ବେଳେ ଅନ୍ୟ ଦୁଇ ଜଣ ତାକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ସେମାନେ ମଧ୍ୟ ଜଣକ ପରେ ଜଣେ ବୁଡ଼ିଯାଇଥିଲେ । ପରିବାର ଲୋକେ ରାତି ତମାମ ଖୋଜାଖୋଜି କରି ପାଇନଥିଲେ । ତେବେ ସକାଳୁ ୩ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା । ପୁଲିସ ପହଞ୍ଚି ମୃତଦେହଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।