ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି : ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି : ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୋମବାର ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି । ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ସମ୍ପର୍କରେ ନବୀନ କଡ଼ା ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାର ବାଇ-ଲ ପ୍ରତ୍ୟାହାର କରି ନେବା ଉଚିତ ବୋଲି ନବୀନ କହିଛନ୍ତି । ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସେ ପୁରୀରେ ପହଞ୍ଚିଥିଲେ । ତଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ବହୁ ରାଜନେତାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଥିଲେ । ପରେ ସେ ଶ୍ରୀ ମନ୍ଦିର ଯାଇ ଶ୍ରୀଜୀଉଦଙ୍କୁ ଦର୍ଶନ କରିଥିଲେ । ଦର୍ଶନ କଟକଣା ହଟିବା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।