ମଳଦ୍ୱାରରୁ ୪୫ ଲକ୍ଷର ସୁନା ଜବତ

ମଳଦ୍ୱାରରୁ ୪୫ ଲକ୍ଷର ସୁନା ଜବତ

ମଳଦ୍ୱାରରୁ ୪୫ ଲକ୍ଷର ସୁନା ଜବତ
ଚେନ୍ନାଇ : ଏକ ବଡ ସୁନା ଚୋରିକୁ ପ୍ରତିହତ କରିଛି ବର୍ହିଶୁଳ୍କ ବିଭାଗ । ସୁନା ଚାଲାଣ କରାଯାଉଥିବା ବେଳେ ପ୍ରାୟ ୪୫ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି । ଦୁବାଇରୁ ଚେନ୍ନାଇକୁ ଆସୁଥିବା ଏହି ସୁନାକୁ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି । ୮୬୪ ଗ୍ରାମ ସୁନାର ପେଷ୍ଟ ବନାଇ ଏହାକୁ ନିଜ ମଳଦ୍ୱାର ମଧ୍ୟରେ ରଖି ଦୁବାଇରୁ ଚେନ୍ନାଇ ପର୍ଯ୍ୟନ୍ତ ଆସିଥିଲେ ଏହି ଯୁବକ । ଅଭିଯୁକ୍ତ ମାନେ ନିଜ ମଳଦ୍ୱାରରେ ଏହି ସୁନା ପେଷ୍ଟ ପୁରାଇ ଯାଉଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପଚରା ଉଚୁରା ଜାରି ରହିଛି । ସେହିପରି ଅନ୍ୟ ଏକ ଘଟଣାରେ ୮.୮୬ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି । ନିଜ ଅନ୍ତବସ୍ତ୍ରରେ ୧୯୪ ଗ୍ରାମର ସୁନା ଲୁଚାଇ ନେଇଯାଉଥିବା ବେଳେ ଏହାକୁ ଜବତ କରାଯାଇଛି ।