ମମତାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ମମତାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ମମତାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ମମତା ଚିକିତ୍ସାଧୀନ ଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । ଗତକାଲି ନିର୍ବାଚନ ପ୍ରଚାର ବେଳେ ନନ୍ଦିଗ୍ରାମରେ ମମତା ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍ ମାଧ୍ୟମରେ ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ । ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା । ଅପରାହ୍ନରେ ସେ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ନନ୍ଦୀଗ୍ରାମରେ ଆହତ ହୋଇ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ୟ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି । ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି । ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମମତା କହିଛନ୍ତି ।