ମନ୍ଦିର ଉପରେ ଆକ୍ରମଣ ପ୍ରତିବାଦରେ ଅନଶନରେ ବସିଲେ ଏହି ସୁପରଷ୍ଟାର

ମନ୍ଦିର ଉପରେ ଆକ୍ରମଣ ପ୍ରତିବାଦରେ ଅନଶନରେ ବସିଲେ ଏହି ସୁପରଷ୍ଟାର

ମନ୍ଦିର ଉପରେ ଆକ୍ରମଣ ପ୍ରତିବାଦରେ ଅନଶନରେ ବସିଲେ ଏହି ସୁପରଷ୍ଟାର
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ଏକ ମନ୍ଦିର ଉପରେ ଆକ୍ରମଣ ସହିତ ମନ୍ଦିରର ରଥକୁ ନିଆଁ ଲଗାଇ ଦିଆଯାଇଛି । ଏହାର ପ୍ରତିବାଦରେ ତେଲୁଗୁ ସୁପରଷ୍ଟାର ପୱନ କଲ୍ୟାଣ ଅନଶନରେ ବସିଛନ୍ତି । ଅଭିନେତା ତଥା ରାଜନୈତିକ ଦଳ ଜନ ସେନାର ମୁଖ୍ୟ ପୱନ କଲ୍ୟାଣଙ୍କ ସହିତ ଅନଶନରେ ଭାରତୀୟ ଜନତା ପାର୍ଟି ମଧ୍ୟ ସାମିଲ ହୋଇଥିଲା । ଗୁରୁବାର ସକାଳେ ଆନ୍ଧପ୍ରଦେଶରେ ଏକ ମନ୍ଦିର ଉପରକୁ ଆକ୍ରମଣ କରାଯିବା ପରେ ୧୧ ଘଣ୍ଟିଆ ଅନଶନରେ ବସିଥିଲେ ପୱନ କଲ୍ୟାଣ । ତେବେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ପୱନ କଲ୍ୟାଣ ମତ ଦେଇଛନ୍ତି । ଇଷ୍ଟ ଗୋଦାବରୀର ଅନ୍ତରବେଦୀ ଅଞ୍ଚଳରେ ରହିଥିବା ଲକ୍ଷ୍ମୀନାରାୟଣ ସ୍ୱାମୀ ମନ୍ଦିରରେ ଏହି ଆକ୍ରମଣ ହୋଇଥିଲା । ଜଗନ ସରକାରଙ୍କ ଅମଳରେ ଏକାଧିକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେଉଛି । ତେଣୁ ଏହି ମାମଲାର ତଦନ୍ତ ପାଇଁ ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିବା ପାଇଁ ପୱନ କଲ୍ୟାଣ ଦାବି କରିଛନ୍ତି । ସେହିପରି ପୱନଙ୍କ ସହିତ ସ୍ୱର ମିଳାଇ ରାଜ୍ୟ ବିଜେପି ସଭାପତି ସୋମୁ ବୀର ରାଜୁ ଏବଂ କନ୍ନା ଲକ୍ଷ୍ମୀ ନାରାୟଣ ମଧ୍ୟ ଅନଶନରେ ସାମିଲ ହୋଇଥିଲେ ।