ମତେ ମନ୍ତ୍ର ଦିଅନ୍ତୁ, ମୁଁ ଗୁରୁ କରିବି

ମତେ ମନ୍ତ୍ର ଦିଅନ୍ତୁ, ମୁଁ ଗୁରୁ କରିବି

ଶୁଣିଲେ ତ ଯେଉଁ ବୟସରେ କାର୍ଟୁନ କ୍ୟାରେକ୍ଟର ନାଁ କହିବା କଥା, ସେ କିନ୍ତୁ କହୁଛି ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ । ପାଟିରୁ ଝରୁଛି ଭଗବତ ଗୀତା, ମହାମୃତ୍ୟୁଜଂୟ ମନ୍ତ୍ର ଆଉ ରାମ ନାମ । ଯେଉଁ ସମୟରେ ସେ ଜିନ୍ସ ଟି ସର୍ଟ ପିନ୍ଧିବା ପାଇଁ ଅଝଟ କରିବା କଥା ସେ ପସନ୍ଦ କରୁଛି ଶ୍ୱେତ ଧୋତି ଲୁଗା ପାଇଜାମା ପିନ୍ଧିବାକୁ । ଆଉ ଖାଦ୍ୟ କଣ ଖାଇବାକୁ ପସନ୍ଦ କରୁଛି ଜାଣିଛନ୍ତି, ବିନା ପିଆଜ ରସୁଣ ସଂପୂଣ୍ଣ ଶାକାହାରି । ସାଇରାଜ ବୟସ ମାତ୍ର ୩ ବର୍ଷ କିନ୍ତୁ କୃଷ୍ଣ ପ୍ରେମରେ ବିଭୋର । ସାଇରାଜକୁ ଯେତେବେଳେ ମାତ୍ର ଏକ ବର୍ଷ ୨ ମାସ ହୋଇଥିଲା ସେ ଭଜନ କୀର୍ତନ ଦେଖିବା ଆଉ ଶୁଣିବା ପାଇଁ ଅତି ଆଗ୍ରହ ପ୍ରକାଶ କରିଥିଲା । କଥା କହିବା ଆରମ୍ଭ ମାତ୍ରେ ଗୀତା ନାମ ଉଚ୍ଚାରଣ କରିଥିଲା, ତା ପରେ କୃଷ୍ଣ ନାମ ଉଚ୍ଚାରଣ କରିଲା । ଏତିକିରେ ପରିବାର ଲୋକଙ୍କ ଆଶ୍ଚଯ୍ୟର ସୀମା ଅଟକି ନ ଥିଲା, ଯେେତେବେଳେ ସାଇରାଜକୁ ମାତ୍ର ଦେଢ ବର୍ଷ ବୟସ ହୋଇଥିଲା ସେ ବିନା ପିଆଜ ରସୁଣ ଶାକାହାରି ଖାଇବା ପାଇଁ ଜିଦ୍ ଧରିଲା । ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରିଲା ନାହିଁ । ଏପରିକି ଧୋତି, କୁର୍ତା, ଜପ ମାଳି, ନାମ ମାଳି ପାଇଁ ଜିଦ୍ ଧରିଲା । ପରିବାର ଲୋକେ ଦିଅନ୍ତି ତ, ସେ ସଂପୂଣ୍ଣ କୃଷ୍ଣ ପ୍ରେମରେ ନିଜକୁ ତଲିନ୍ନ କରିଦେଲା । ଶେଷରେ ନିଜ ବାପାମାଙ୍କୁ ମାତାଜୀ ପିତାଜୀ ଶବ୍ଦରେ ସମ୍ବୋଧନ କରିବାକୁ ଲାଗିଲା । 

ଭିଓ- କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ, ଠିକ୍ ସେହିପରି ଶିଶୁଟିର ଏପରି ବିସ୍ମୟ ଓ ସ୍ୱତନ୍ତ୍ର ଗୁଣ ଦିନକୁ ଦିନ ଚାରିଆଡେ ପ୍ରଚାର ହେବାରେ ଲାଗିଲା । ଅନର୍ଗଳ ଗୀତା ଭାଗବତ ଉଚ୍ଚାରଣ ଓ ନାମ ଜପ କରିବା ଆକର୍ଷିତ କରିଥିଲା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅଧିକାରୀଙ୍କୁ । ଏବଂ ସାଇରାଜ ସ୍ଥାନ ପାଇଥିଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ । ଏହି ଖବର ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଜଗତସିଂପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ଅନୁଗତ ତାଙ୍କୁ ଭେଟିବାକୁ ଆସିଥିଲେ । ପରେ ସାଇରାଜଙ୍କ ମାତାପିତା ତାଙ୍କୁ ଶିଶୁ ଅନନ୍ତ ଆଶ୍ରମ ନେଇ ବାବାଙ୍କୁ ସାକ୍ଷାତ କରାଇଥିଲେ । ପ୍ରଥମ ଦେଖାରେ ୩ ବର୍ଷର ଶିଶୁ ସାଇରାଜ କରିଥିଲେ ମୁଁ ବାବାଙ୍କୁ ଗୁରୁ ଭାବେ ଗ୍ରହଣ କରିବାକୁ ଚାହେଁ, ମନ୍ତ୍ର ଗ୍ରହଣ କରିବାକୁ ଚାହେଁ ।