ମଣ୍ଡଳ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ

ମଣ୍ଡଳ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ

ମଣ୍ଡଳ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ
ବେଲପଡା(ମନୋଜ କୁମାର ମିଶ୍ର)-ବେଲପଡା ବ୍ଲକ ମଣ୍ଡଳ ଗ୍ରାମ ର ଶିଶୁ ମନ୍ଦିର ର ଚତୁର୍ଦଶ ବାର୍ଷିକ ଉତ୍ସବ ୨୨ତା ସୋମବାର ମଣ୍ଡଳ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଗନ୍ଧର୍ବ ମହାଖୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସରୋଜ ମହେର ବିଧାୟକ ପାଟଣାଗଡ ସମ୍ମାନିତ ଅତିଥୀ ଭାରେ ଅବସରପ୍ରାପ୍ତ ଧର୍ମଗଡ ଉପଜିଲ୍ଲାପାଳ ପରମବ୍ରହ୍ମ ଯୋଷୀ ପରିଚାଳନା କମିଟୀ ସଂପାଦକ ସନାତନ ଠାକୁର ,ସଭାପତି କୁଂଜ ବିହାରୀ ଅଗସ୍ତି ଓ ମୁଖ୍ୟ ବକ୍ତା ଭାବରେ ରାଷ୍ଠି୍ରୟ ସ୍ୱୟଂ ସେବକ ସଂଘ ର ସପ୍ନେଶ୍ୱର ମହାଖୁଡ ଯୋଗଦେଇ ଥିଲେ । ସଭାପରେ ବିଦ୍ୟାଳୟ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ପରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରାଯାଇଥିଲା ।