ରାଜସ୍ୱ ଗ୍ରାମ ଓ ପାନୀୟ ଜଳ ,ବାର୍ଦ୍ଧକ୍ୟ ଭତ୍ତା ଦାବୀ ନେଇ ବ୍ଲକ ଘେରିଲେ ଗ୍ରାମବାସୀ
ରାଜସ୍ୱ ଗ୍ରାମ ଓ ପାନୀୟ ଜଳ ,ବାର୍ଦ୍ଧକ୍ୟ ଭତ୍ତା ଦାବୀ ନେଇ ବ୍ଲକ ଘେରିଲେ ଗ୍ରାମବାସୀ
admin
Dec 26, 2019 - 14:10
Updated: Dec 26, 2019 - 14:10
ବେଲପଡା(ମନୋଜ କୁମାର ମିଶ୍ର)-ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗ୍ରାପ ର ଝରିଆମୁଣ୍ଡା ଗ୍ରାମବାସୀ ରାଜସ୍ୱ ଗ୍ରାମ, ପାନୀୟ ଜଳର ସୁବିଧା ସହ ଭତ୍ତା ଦାବୀ ରେ ବ୍ଲକ କାଯୟ୭ାଳୟ ଘେରିଛନ୍ତି । । ବେଲପଡା ବ୍ଲକ ଜୟ କୋଶଳ କୃଷକ ସଂଗଠକ ବନମାଳି ନାଏକ ଙ୍କ ନେତୃତ୍ୱ ରେ ଶତାଧିକା ଗ୍ରାମବାସୀ ଶୋଭାଯାତ୍ରା ରେ ବାହାରୀ ବ୍ଲକ କାର୍ଯ୍ୟାଳୟ ସାମନାରେ ବିଭୁିନ୍ନ ସମସ୍ୟାକୁ ନେଇ ନାରାବାଜୀ କରି ବିକ୍ଷୋଭ ପ୍ରଦର୍ଶନ କରି ବ୍ଲକ କାର୍ଯ୍ୟାଳୟ ଘେରିଥିଲେ । ବେଲପଡା ଏବିଡିଓ ରାମବିଳାସ ମଙ୍ଗରାଜ ବିକ୍ଷୋଭକାରୀ ମାନଙ୍କ ସାଙ୍ଗରେ ।ାଲୋଚନା କରି ଶିଘ୍ର ସମସ୍ୟାର ସମାଧାନ ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆନେ୍ଦାଳନକାରୀ ମାନେ ଳିଖିତ ପ୍ରତିଶୃତି ପାଇଁ ଅଡି ବସିଥିଲେ । କିନ୍ତୁ ବିଡିଓ ମଙ୍ଗରାଜ କୈାଣସି ଲିଖିତ ପ୍ରତିଶୃତି ଦେଇହେବାନାହିଁ ସମସ୍ତ ଙ୍କ ଦାବୀ କୁ ଜିଲ୍ଲାପାଳ ଙ୍କୁ ପଠାଇ ଦେବା ସହ ଆସନ୍ତା ଦିନ ରେ ଗ୍ରାମବାସୀ ଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଇ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ଓ ଜାନୁୟାରୀ ୧୫ ସୁଦ୍ଧା ପାନୀୟ ଜଳର ସମାଧାନ ହେବ ବୋଲି ପ୍ରତିଶୃତି ଦେବାପରେ ବିକ୍ଷୋଭକାରୀ ମାନେ ଧାରଣା ସ୍ଥାଳ ରୁ ଉଠିଥିଲେ । ସୂଚନାଯୋଗ୍ୟ ଯେ ଝରିଆମୁଣ୍ା ଏକ ରାଜସ୍ୱ ଗ୍ରାମ ର ମାନ୍ୟତା ମିଳିନାହିଁ ଏହା ସୁଲେକେଲା ଗ୍ରାମ ର ଏକଅଂଶ ବିଶେଷ ଏହି ଗ୍ରାମ ରେ ୩୬ଟି ପରିବାର ବାସକରୁଥିଲା ବେଳେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି । । ଗ୍ରାମ ରେ ୩ଟି ନଳକୁପ ସରକାରୀ ଭାରେ ଥିଲାବେଳେ ବିଦ୍ୟାଳୟ ପରିସର ରେ ଥିବା ଏକ ମାତ୍ର ନଳକୁଅ ବ୍ୟବହାର ହେଉଛି ଓ ବାକି ୨ଟି ଅକାମୀ ରହିଛି । ଏହି ବିଷୟ ରେ ବାରମ୍ବାର ପାନୀୟ ଜଳେଯାଗାଣ ବିଭାଗ କୁ ଗ୍ରାମବାସୀ ଅବଗତ କରାଇଥିଲେ ମଧ୍ୟ ବିଭାଗ ତରଫ ରୁ କୈାଣସି ତପôରତା ପ୍ରକାଶ ପାଇନାହିଁ । ପୁଣି ସ୍କୁଲ ପରିସର ରେ ଥିବା ନଳକୁପ ରେ ତାରଭଲି ଜିଆ ବାହାରିବା କାରଣ ରୁ ଗ୍ରାମବାସୀ ମଧ୍ୟ ନଳକୁପ ପାଣି ବ୍ୟବହାର ନକରି ୨କିମି ଦୁର ରେ ଥିବା ଲାନ୍ତନଦୀ ରେ ବାଲିଚୁଆ ଖୋଲି ପାଣି ବ୍ୟବହାର କରୁଛନ୍ତି । ଏହି ସବୁ ସମସ୍ୟାକୁ ବ୍ଲକ ତଥା ଜିଲ୍ଲା ପ୍ରସାସନ ଦୃଷ୍ଠି ଦେବାସାଙ୍ଗେ ସମାଧାନ ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି । । କୋଶଲ କୃଷକ ସଂଗଠନ ର ସଭାପତି ହରିଶ ବୁଡେକ,ସିପୁନ ଖମାରୀ,ଦନାର୍ଦ୍ଧନ ସିଂ , ଜିତୁ ନାଏକ ,କେଶବ ଦଣ୍ଡସେନା ,ଗିରିଧାରୀ ଭୋଇ ,ଲଳିତ ରାଉତ,ସୁଧିର ନାଗ,ଗୈାରାଙ୍ଗ ନିଆଲ ସମେତ ଶତାଧିକ ମହିଳା ପୁରୁଷ ଗ୍ରାମବାସୀ ସାମିଲ ରହିଥିଲେ ।